ETV Bharat / state

ପୁଇଁତଳା ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ନାଁରେ ମାମଲା ! - ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ନାଁରେ ମାମଲା

ସମ୍ବଲପୁର ଧନୁପାଲି ଥାନାର ପୂର୍ବତନ ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା କୁହାଯାଉଛି । ବର୍ତ୍ତମାନ ସେ ବଲାଙ୍ଗୀର ପୁଇଁତଲା ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଅଧିକ ପଢ଼ନ୍ତୁ

allegation against iic
ଥାନା ଅଧିକାରୀଙ୍କ ନାଁରେ ମାମଲା
author img

By ETV Bharat Odisha Team

Published : Nov 10, 2023, 6:18 AM IST

ଥାନା ଅଧିକାରୀଙ୍କ ନାଁରେ ମାମଲା

ସମ୍ବଲପୁର: ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା କୁହାଯାଉଛି । ଧନୁପାଲି ଥାନାର ପୂର୍ବତନ ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ନାଁରେ ମାମଲା ରୁଜୁ ହୋଇଛି । ତାଙ୍କ ନାଁରେ ସମ୍ବଲପୁର ଧନୁପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ପୋଲିସ ବିଭାଗ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେ ବଲାଙ୍ଗୀର ପୁଇଁତଲା ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଚଳିତ ବର୍ଷ ଜୁନ୍‌ 12 ତାରିଖରେ ତାଙ୍କର ରେଞ୍ଜ ବଦଳି ହୋଇଥିଲା । ବଦଳି ପରେ ନୂତନ ଥାନାରେ ଯୋଗ ଦେଇଥିଲେ ଅନୀତା ପ୍ରଧାନ । ହେଲେ ସେ ଧନୁପାଲି ଥାନାର ଦାୟିତ୍ୱ ହସ୍ତାନ୍ତର କରିନଥିବା ଅଭିଯୋଗ ହୋଇଥିଲା l ଏପରିକି 60ରୁ ଅଧିକ ମାମଲାର ରେକର୍ଡ ସେ ଧନୁପାଲି ନୂତନ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିନଥିଲେ l ଫଳରେ ନୂତନ ଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳଙ୍କୁ ଥାନା ପରିଚାଳନାରେ ଅସୁବିଧା ହୋଇଥିଲା l

ଅନ୍ୟପଟେ ମାଲଖାନାର ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରିନଥିବାରୁ ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଥାନା ଅଧିକାରୀ ଅନୀତା ପ୍ରଧାନଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ଯ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପୂର୍ବତନ ଥାନା ଅଧିକାରୀ ଅନୀତା ପ୍ରଧାନ ତାଙ୍କ ଚାକିରୀ କାଳରେ ବହୁ ବାଦ ବିବାଦର ସମ୍ମୁଖୀନ ହୋଇଆସୁଛନ୍ତି l

ଏହା ବି ପଢନ୍ତୁ...ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ପୂର୍ବତନ ଥାନା ଅଧିକାରୀ ଓ ହୋମଗାର୍ଡଙ୍କ ନାଁରେ ମାମଲା ରୁଜୁ, ଆନ୍ଦୋଳନ ସ୍ଥଗିତ

ଏହା ବି ପଢନ୍ତୁ...Rourkela Assistant Collector Death: ସୁସ୍ମିତା ମିଞ୍ଜଙ୍କ ହୋଇନି ହତ୍ୟା, ଆସିଲା ଭିସେରା ରିପୋର୍ଟ

ତେବେ ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେଙ୍କୁ ପଚରା ଯିବାରୁ ସେ ଏ ବାବଦରେ ସ୍ପଷ୍ଟ କରି ନାହାନ୍ତି । ସେ କହିଛନ୍ତି, "ଏହା ପୋଲିସ ବିଭାଗର ଆଭ୍ୟନ୍ତରୀଣ ବ୍ୟାପାର । ଏମିତି କୌଣସି ମାମଲା ରୁଜ୍ଜୁ ହୋଇ ନାହିଁ l ତେବେ ଏନେଇ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଛି l ଯଥାଶୀଘ୍ର ସେ ତାଙ୍କ ପକ୍ଷରୁ ନିଜର ଦାୟିତ୍ୱ ସମ୍ପନ୍ନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ l" ଥାନା ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା କୁହାଯାଉଥିବାବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଅତିରିକ୍ତ ଏସପି । ଅପରପକ୍ଷେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.