ETV Bharat / state

ଏଣିକି ଖୋଲାରେ ପରିସ୍ରା କଲେ ସମ୍ବଲପୁରରେ ଗଣିବାକୁ ପଡିବ ଜୋରିମାନା - 100 for urinating

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଖୋଲାରେ ପରିଶ୍ରା କରିବା ମନା । ଏପରିକି ଯଦି ଖୋଲାରେ ପରିସ୍ରା କରୁଥିବାର ଧରା ପଡିଲେ 100 ଟଙ୍କାର ଜୋରିମାନା ଗଣିବାକୁ ପଡିବ । ଅଧିକ ପଢନ୍ତୁ....

Sambalpur
ଖୋଲାରେ ପରିସ୍ରା କଲେ ଜୋରିମାନା
author img

By

Published : Nov 9, 2020, 7:43 PM IST

Updated : Nov 9, 2020, 7:53 PM IST

ସମ୍ବଲପୁର: ଏଣିକି ବାହାରେ ପରିସ୍ରା କଲେ ଜୋରିମାନା ଗଣିବେ ସମ୍ବଲପୁରବାସୀ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଖୋଲାରେ ପରିଶ୍ରା କରିବା ମନା । ଏପରିକି ଯଦି ଖୋଲାରେ ପରିସ୍ରା କରୁଥିବାର ଧରା ପଡିଲେ 100 ଟଙ୍କାର ଜୋରିମାନା ଗଣିବାକୁ ପଡିବ । ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏମିତି ପଦକ୍ଷେପ ନିଆଯାଇଛି ।

ଏଣିକି ଖୋଲାରେ ପରିସ୍ରା କଲେ ସମ୍ବଲପୁରରେ ଗଣିବାକୁ ପଡିବ ଜୋରିମାନା

ଆସନ୍ତା ସୋମବାର (ନଭେମ୍ବର 16) ତାରିଖ ଠାରୁ ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରାଯିବ ବୋଲି କୁହାଯାଇଛି । ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଥିବା ସେ କହିଛନ୍ତି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ 66 ଟି ଶୌଚାଳୟ ରହିଥିବାବେଳେ ଲୋକେ ଏହି ଶୌଚାଳୟ ଗୁଡିକର ବ୍ୟବହାର କରିପାରିବେ ବୋଲି କୁହାଯାଇଛି । ମୁଖ୍ୟତଃ ସହରକୁ ସ୍ବଚ୍ଛ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 9, 2020, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.