ETV Bharat / state

ସମ୍ବଲପୁରରୁ ଫିନଲ୍ୟାଣ୍ଡ ଗଲା ଶିଶୁ କନ୍ୟା

author img

By

Published : Jul 6, 2023, 9:24 PM IST

ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଫିନଲ୍ୟାଣ୍ଡର ଜଣେ ମହିଳା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଵିଧିବଦ୍ଧ ଭାବରେ ଫିନଲ୍ୟାଣ୍ଡର ଏହି ମହିଳାଙ୍କୁ ଦେଢ଼ ବର୍ଷର ଶିଶୁ କନ୍ୟାଟିକୁ ହସ୍ତାନ୍ତର କରାଯାଇଛି l ଅଧିକ ପଢନ୍ତୁ

ସମ୍ବଲପୁରର ଶିଶୁ କନ୍ୟାକୁ ମିଳିଲା ନୂଆ ପରିଚୟ
ସମ୍ବଲପୁରର ଶିଶୁ କନ୍ୟାକୁ ମିଳିଲା ନୂଆ ପରିଚୟ
ସମ୍ବଲପୁରର ଶିଶୁ କନ୍ୟାକୁ ମିଳିଲା ନୂଆ ପରିଚୟ

ସମ୍ବଲପୁର: ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁକନ୍ୟା ଖୁସି (ଛଦ୍ମ ନାମ)କୁ ଆପଣାଇଛନ୍ତି ଫିନଲ୍ୟାଣ୍ଡର ମହିଳା l ଆନ୍ତଃଦେଶୀୟ ପୋଷ୍ୟ ନିୟମ ଅନୁସାରେ ଗତ ଜୁନ 9 ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ କୋର୍ଟରେ ଏହି ଆଦେଶ ପାରିତ ହୋଇଥିଲା l ଏହି ଆଦେଶ ଅନୁସାରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଵିଧିବଦ୍ଧ ଭାବରେ ଫିନଲ୍ୟାଣ୍ଡର ଏହି ମହିଳାଙ୍କୁ ଦେଢ଼ ବର୍ଷର ଶିଶୁ କନ୍ୟାଟିକୁ ହସ୍ତାନ୍ତର କରାଯାଇଛିl ଶିଶୁକନ୍ୟାକୁ ହସ୍ତାନ୍ତର ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶିଶୁକନ୍ୟାର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

ତେବେ ବିଦେଶିନୀ ମାଆଙ୍କ ସହ ଖୁସିରେ ବିଦେଶକୁ ଯାଇଛି ଖୁସି l ଯେତେବେଳେ ସନ୍ତାନ ସନ୍ତତି ହୁଅନ୍ତି ନାହିଁ ସେତେବେଳେ ପରିବାରର ସମସ୍ତଙ୍କ ଚିନ୍ତା ବଢିଥାଏ । ପରିବାର ଯେପରି ଖାଁ ଖାଁ ଲାଗେ । ସବୁ ଥାଇ ମଧ୍ୟ ଜୀବନରେ ଅପୂର୍ଣ୍ଣତା ଅନୁଭବ ହୁଏ ଓ ଖୁସି ବୋଲି କିଛି ରୁହେ ନାହିଁ । ଏହା ଏକ ମାନବୀୟ ଭାବନା ଅଟେ l ତେବେ ପର୍ବ ପର୍ବାଣୀ, ଯାନି ଯାତ୍ରା ପାଳନରେ ମଧ୍ୟ ଆଗ୍ରହ ରହେ ନାହିଁ । ସେଥିପାଇଁ ସନ୍ତାନ ସନ୍ତତି ପାଇଁ ସମସ୍ତେ ଆଶାବାଦୀ ରହିଥାନ୍ତି।

ଏହା ମଧ୍ୟ ପଢନ୍ତୁ...ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନ ନୂଆ ବିଲ୍ଡିଂ; ସମୀକ୍ଷା କଲେ ମୋକିମ

ସନ୍ତାନ ଆଶାରେ ଏମିତି ଏକ ମା' ସୁଦୂର ଫିନଲାଣ୍ଡରୁ ଧାଇଁ ଆସିଛନ୍ତି ସମ୍ବଲପୁର । ସୂଚନା ଅନୁସାରେ, ତାଙ୍କର କେହି ପିଲା ଛୁଆ ନଥିବାରୁ ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଦିଲ୍ଲୀର ନିର୍ଦ୍ଧାରିତ ଫୋରମ "କାରା" ରେ ଆବେଦନ କରିଥିଲେ । ସେହି ମହିଳାଙ୍କ ପରିବାର ସମ୍ପର୍କରେ ଟିକନିଖ ବିବରଣୀ ପାଇବା ପରେ ସେମାନଙ୍କୁ ସମ୍ବଲପୁର ଡକାଯାଇ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ଶିଶୁକନ୍ୟାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଦ୍ୱାରା ହସ୍ତାନ୍ତର କରାଯାଇଛି।

ସମ୍ବଲପୁର ଉତ୍ତରାଞ୍ଚଳ ଆରଡ଼ିସି ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଅନନ୍ୟା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଉପସ୍ଥିତିରେ ଫିନଲ୍ୟାଣ୍ଡର ମହିଳାଙ୍କୁ ଖୁସିକୁ ହସ୍ତାନ୍ତର କରାଯାଇଛି l ସମ୍ବଲପୁରର କୌଣସି ସ୍ଥାନରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ହେଲେ ତାର ଏକ ନିର୍ଦ୍ଦିଷ୍ଟ ସରକାରୀ ପ୍ରକ୍ରିୟା ରହିଛି । ପିଲା ହସ୍ତାନ୍ତର ପରେ ତାର ଲାଳନ ପାଳନ ଓ ଭବିଷ୍ୟତ କିପରି ସୁରକ୍ଷିତ ରହିବ ସେନେଇ ଗ୍ୟାରେଣ୍ଟର ରହିଥାନ୍ତି ଦୁଇ ଦେଶର ଦୂତାବାସ । ତେବେ ପୋଷ୍ୟ ଶିଶୁର ସ୍ଥିତି କିପରି ଅଛି ସେ ସମ୍ପର୍କରେ ସମସ୍ତ ବିବରଣୀ ଜାଣିବା ପାଇଁ ପ୍ରତି 2 ବର୍ଷରେ ଥରେ ସମୀକ୍ଷା ମଧ୍ୟ କରାଯାଇଥାଏ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.