ETV Bharat / state

ମାଡ଼ ଭୟରେ ମହାନଦୀକୁ ଡେଇଁଲା ଚୋର - sambalpur latest news

ଏକ ପଲସର ୨୨୦ ବାଇକ ଚୋରି କରି ପଳାଉଥିବା ସମୟରେ ବାଇକ ଚୋର ମାଡ଼ ଭୟରେ ନଦୀକୁ ଡେଇଁ ପଡିଛି । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର କଚେରୀ ଛକରୁ ଚାଆଁରପୁର ଅଞ୍ଚଳକୁ ସଂଯୋଗ କରୁଥିବା ଦ୍ବିତୀୟ ମହାନଦୀ ବ୍ରିଜରେ । ଅଧକ ପଢନ୍ତୁ...

fearing-the-beating-thief-jumped-down-the-bridge-in-sambalpur
ମାଡ଼ ଭୟରେ ଚୋର ଡେଇଁଲା ବ୍ରିଜ ତଳକୁ
author img

By

Published : Mar 13, 2020, 9:15 PM IST

ସମ୍ବଲପୁର: ବାଇକ ଚୋରି କରି ପଳାଉଥିବା ଯୁବକ ମାଡ଼ ଭୟରେ ନଦୀକୁ ଡେଇଁ ପଡିଛି । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର କଚେରୀ ଛକରୁ ଚାଆଁରପୁର ଅଞ୍ଚଳକୁ ସଂଯୋଗ କରୁଥିବା ଦ୍ବିତୀୟ ମହାନଦୀ ବ୍ରିଜରେ।

ମାଡ଼ ଭୟରେ ଚୋର ଡେଇଁଲା ବ୍ରିଜ ତଳକୁ

ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ଚାଉଁରପୁର ବ୍ରିଜରେ ବାଇକ ଚୋରି କରି ପଲାଉଥିବା ଯୁବକ ମାଡ ଭୟରେ ବ୍ରିଜ ଉପରୁ ତଳକୁ ଡେଇଁ ପଡିଥିବା ଅଭିଯୋଗ ହୋଇଛି। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଯୁବକ ଜଣକ ଏକ ପଲସର ୨୨୦ ବାଇକ ଚୋରି କରି ପଳାଉଥିବା ସମୟରେ ତାକୁ ପିଛା କରି 2 ଜଣ ଯୁବକ ପହଞ୍ଚିଥିଲେ। ଏହି ପରିସ୍ଥିତିରେ ଚୋରି କରି ନେଉଥିବା ଯୁବକ ମାଡ଼ ଭୟରେ ବ୍ରିଜ ଉପରୁ ଡେଇଁ ପଡିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏତେ ଉଚ୍ଚରୁ ଡେଇଁ ଥିବାରୁ ଯୁବକ ଜଣକ ଗୁରୁତର ହୋଇଥିବା ଜଣାପଡିଛି ।

ସେପଟେ ଯୁବକ ଜଣକ ଘଟଣାକୁ ଅସ୍ବୀକାର କରିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଛି । ସେ ମାନେଶ୍ବର ସର୍ଗୀପାଲି ଗାଁର ସୁରେଶ ଭୋଇ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ତାକୁ ଉଦ୍ଧାର କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.