ETV Bharat / state

ନାବାଳିକା ଝିଅକୁ ଅପହରଣ କରି 4 ଲକ୍ଷ ମାଗି ବାପା, ପୁଅ ସହ 3 ଗିରଫ - 4 ଲକ୍ଷ ମାଗି ବାପା, ପୁଅ ସହ 3 ଗିରଫ

ରେଙ୍ଗାଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ 4 ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ବାପା, ପୁଅ ଓ ଜଣେ ସହଯୋଗୀ ଗିରଫ। ଅଧିକ ପଢନ୍ତୁ

ନାବାଳିକା ଝିଅକୁ ଅପହରଣ କରି 4 ଲକ୍ଷ ମାଗି ବାପା, ପୁଅ ସହ 3 ଗିରଫ

author img

By

Published : Nov 17, 2021, 10:56 PM IST

ସମ୍ବଲପୁର: ରେଙ୍ଗାଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ 4 ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ବାପା, ପୁଅ ଓ ଜଣେ ସହଯୋଗୀ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ରେଙ୍ଗାଲି ଥାନା ନିଶାନ ଭଙ୍ଗା ଗାଁର ପୁଅ ଭରତ ନାଏକ, ବାପା ସାରଙ୍ଗ ନାଏକ ଓ ସହଯୋଗୀ ରାଜେନ୍ଦ୍ର ଧାରୁଆ। 3 ଅଭିଯୁକ୍ତଙ୍କୁ ଆଜି(ବୁଧବାର) ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏହି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗତ 4 ତାରିଖରେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ରେଙ୍ଗାଲି ଥାନାରେ ତାଙ୍କର ବାପା ଅଭିଯୋଗ କରିଥିଲେ। ପୋଲିସ ଏନେଇ ତଦନ୍ତ ଜାରି ରଖିଥିବାବେଳେ ଗତ 15 ତାରିଖରେ ଏକ ଅଜଣା ଫୋନ ନମ୍ବରରୁ ନାବାଳିକାଙ୍କ ପରିବାର ଲୋକଙ୍କୁ ଫୋନ କରାଯାଇ 4 ଲକ୍ଷ ଟଙ୍କା ନଦେଲେ ନାବାଳିକାକୁ ମାରି ଦିଆଯିବ ବୋଲି କୁହାଯାଇଥିଲା। ଏହା ପରେ ପରିବାର ଲୋକେ ଏନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ 2ଟି ଟିମ ଗଠନ କରିଥିଲା। ଅଜଣା କଲ ଆସିଥିବା ନମ୍ବରକୁ ଟେକ୍ନିକାଲ ଟିମ ସହାୟତାରେ ଟ୍ରାକ କରାଯାଇ ଫୋନ କରିଥିବା ଅଭିଯୁକ୍ତକୁ ଗୋଡ଼ଭାଗାର ଏକ ଏଟିଏମରୁ ଗିରଫ କରିଥିଲା ପୋଲିସ।

ଏହା ପରେ ଗିରଫ ଅଭିଯୁକ୍ତକୁ ପଚରାଉଚରା କରି ମୁଖ୍ୟ ଅଭିଯୁକ୍ତ ବାପା ପୁଅଙ୍କୁ ସମ୍ବଲପୁର କୁଚିଣ୍ଡା ଥାନା ଅନ୍ତର୍ଗତ ପୁରୁଣା ପାଣି ଜଙ୍ଗଲରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଠାରୁ କିଛି ଅପରାଧିକ ସାମଗ୍ରୀ ଜବତ ହୋଇଥିବା ପୋଲିସ କହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.