ETV Bharat / state

ବାପାର ଉନ୍ମତ୍ତ କାଣ୍ଡ, ଫାର୍ସାରେ ହାଣି ଝିଅକୁ ହତ୍ୟା - ଫାର୍ସାରେ ଝିଅକୁ ହାଣିଲା ବାପା

ସମ୍ବଲପୁରରେ ଯୌତୁକବାହାଲ ଗାଁର ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ । ଫାର୍ସାରେ ଗୋଟେ ଝିଅକୁ ମାରି ହତ୍ୟା କରିବା ପରେ ପରିବାରର ଅନ୍ୟ ସମସ୍ତଙ୍କୁ ହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ...

ବାପାର ଉନ୍ମତ୍ତ କାଣ୍ଡ, ଫାର୍ସାରେ ହାଣି ଝିଅକୁ ହତ୍ୟା

author img

By

Published : Jun 12, 2021, 1:17 PM IST

ସମ୍ବଲପୁର: ଜିଲ୍ଲାର ଜଣେ ବ୍ୟକ୍ତି ଗୋଟେ ଝିଅକୁ ହତ୍ୟା କରିବା ପରେ ଅନ୍ୟ 3 ଝିଅଙ୍କୁ ହତ୍ୟା ଉଦ୍ୟମ କରିଛି । ଏଥିସହ ସ୍ତ୍ରୀକୁ ମଧ୍ୟ ହତ୍ୟା ଉଦ୍ୟମ କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଗଡପୋଷ ଫାଣ୍ଡି ଅଧିନ ଯୌତୁକବାହାଲ ଗାଁରେ ଘଟିଛି ଏପରି ଘଟଣା । ଘରେ ଆଜି(ଶନିବାର) ଭୋରରୁ ଫାର୍ସାରେ ଆକ୍ରମଣ କରି ନିଜ ଜନ୍ମ କଲା ସାଢେ ତିନି ବର୍ଷର ଝିଅକୁ ହାଣି ହତ୍ଯା କରିବା ପରେ ଅନ୍ୟ ୨ ବର୍ଷ, ୫ ବର୍ଷ ଓ ୧୨ ବର୍ଷର ତିନି ଝିଅଙ୍କ ସହ ସ୍ତ୍ରୀକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ଏଥିରେ 3 ଝିଅ ସହ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଗଡପୋଷ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ପାଇ ଗୋବିନ୍ଦପୁର ଓ ଗଡପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ଭିଆଇଥିବା ବାପା ସୁଖୁ ଓରାମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.