ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲାକଟା ଛକରେ ଦୁର୍ଘଟଣା । ତେଲ ଟ୍ୟାଙ୍କର ଏବଂ ଯାତ୍ରାବାହୀ ଅଟୋ ମଧ୍ଯରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି ।
ଦୁର୍ଘଟଣା ସ୍ଥଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ଉତ୍ତେଜିତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ସେଠାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ସମ୍ବଲପୁର