ସମ୍ବଲପୁର: ସମ୍ବଲପୁରରେ ପୁଣି ତେଜିଛି ଚାଷୀ ଆନ୍ଦୋଳନ। ଜିଲ୍ଲାର ସମ୍ଭାବ୍ୟ ମରୁଡି ସ୍ଥତି ତଥା ସାର କଳାବଜାରୀ ନେଇ ଜିଲ୍ଲା ପ୍ରଶାସନର ନୀରବତାକୁ ବିରୋଧ କରି ଆଜି (ଶନିବାର) ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।
ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର ବରିଷ୍ଠ ଚାଷୀ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଚାଷୀ ମନେ ସମ୍ବଲପୁର କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅଭାବରେ ଜମି ଫାଟି ଆଁ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି ତଥା ୟୁରିଆ ସାର ନିର୍ଦ୍ଧାରିତ ମୂଲ୍ୟର 3 ଗୁଣା ଅଧିକ ଦରରେ କଳାବଜାରୀ ହେଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ