ETV Bharat / state

ଶାସନ କେନାଲରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ କଲେ ଚାଷୀ, ତଦନ୍ତ ଦାବିକଲେ ବିଧାୟକ - ରେଙ୍ଗାଲି ବିଧାୟକ ନାଉରୀ ନାଏକ

ହୀରାକୁଦ ଡ୍ୟାମ ବରଗଡ଼ ଓ ଶାସନ କେନାଲର ନବୀକରଣ ପାଇଁ ସରକାର ୩୧୬.୫୨ କୋଟି ଅର୍ଥ ମଞ୍ଜୁର କରିଥିଲେ । ଏହି ପରିପ୍ରେକ୍ଷୀରେ ଶାସନ କେନାଲର କଂକ୍ରିଟକରଣ ପାଇଁ ୬୩.୪ କୋଟି ଅର୍ଥ ମଞ୍ଜୁର ହୋଇଥିଲା । ଗତ ରବି ଋତୁରୁ ଶାସନ କେନାଲ ମୁହାଣରୁ ୧୫ କିମି ପର୍ଯ୍ୟନ୍ତ କଂକ୍ରିଟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧିକ ପଢ଼ନ୍ତୁ

ଶାସନ କେନାଲରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

author img

By

Published : Dec 29, 2022, 9:14 PM IST

ଶାସନ କେନାଲରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ

ସମ୍ବଲପୁର: ଶାସନ କେନାଲ ନବୀକରଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଆଣିଲେ ଚାଷୀ । ଚାଷୀଙ୍କ ଅଭିଯୋଗକୁ ସ୍ବୀକାର କରି ତଦନ୍ତ ଦାବି କରିଛନ୍ତି ରେଙ୍ଗାଳୀ ବିଧାୟକ । ଅନ୍ୟପଟେ ନବୀକରଣ କାର୍ଯ୍ୟ ଚାଲିଥିବା ଆଳରେ ଏଥର ରବି ଋତୁ ଚାଷ ପାଇଁ ନିର୍ଦ୍ଧାରିତ ସମୟର ୧୦ ଦିନ ପରେ କେନାଲରେ ପାଣି ଛଡାଯାଇଥିବାରୁ ଏହା ଦ୍ବାରା ଏଥର ରବି ଚାଷ ପ୍ରଭାବିତ ହେବ ବୋଲି କହିଛନ୍ତି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନର ସଦସ୍ୟ ।

ହୀରାକୁଦ ଡ୍ୟାମ ବରଗଡ଼ ଓ ଶାସନ କେନାଲର ନବୀକରଣ ପାଇଁ ସରକାର ୩୧୬.୫୨ କୋଟି ଅର୍ଥ ମଞ୍ଜୁର କରିଥିଲେ । ଏହି ପରିପ୍ରେକ୍ଷୀରେ ଶାସନ କେନାଲର କଂକ୍ରିଟକରଣ ପାଇଁ ୬୩.୪ କୋଟି ଅର୍ଥ ମଞ୍ଜୁର ହୋଇଥିଲା । ଗତ ରବି ଋତୁରୁ ଶାସନ କେନାଲ ମୁହାଣରୁ ୧୫ କିମି ପର୍ଯ୍ୟନ୍ତ କଂକ୍ରିଟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତବର୍ଷ ଏହି କାର୍ଯ୍ୟ ଅଧାରେ ରହିଥିବାବେଳେ ଚଳିତ ଖରିପ ଋତୁ ଧାନ କଟା ପରେ ଏହି କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା । ଏଥିପାଇଁ ଚଳିତ ରବି ଋତୁ ପାଇଁ ଗତ ୧୫ ତାରିଖରେ ପାଣି ଛଡାଯିବାକୁ ଥିବାବେଳେ ଏହା ୨୫ ତାରିଖରେ ଛଡାଗଲା । ଏଥିପାଇଁ ଚାଷୀ ସଂଗଠନ ଅସନ୍ତୋଷ ପ୍ରକାଶ କରିଛି । ଏହା ଦ୍ବାରା ରବି ଚାଷ ପ୍ରଭାବିତ ହେବ ବୋଲି କହିଛନ୍ତି ଚାଷୀ ।

ଅନ୍ୟପଟେ ଏହି କେନାଲ କଂକ୍ରିଟକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି କୃଷକ ସୁରକ୍ଷା ସଂଗଠନ । ଜଳସେଚନ ବିଭାଗର ଅଧିକାରୀ ଓ ଠିକାଦାର ମିଳିମିଶି ଏହି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ରେଙ୍ଗାଳୀ ବିଧାୟକ ନାଉରୀ ନାଏକ ମଧ୍ୟ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗକୁ ସ୍ବୀକାର କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.