ETV Bharat / state

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କୁଦ ଗୁଣ୍ଡେରପୁର ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ...

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ
ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ
author img

By

Published : Aug 6, 2021, 6:59 PM IST

ସମ୍ବଲପୁର: ଋଣ ଭାର ସହି ନ ପାରି ଜୀବନ ହାରିଲେ ଅନ୍ନଦାତା । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କୁଦ ଗୁଣ୍ଡେରପୁର ଗ୍ରାମରୁ ଆସିଛି ଏହି ଅଭିଯୋଗ । ମୃତକ ଗ୍ରାମର ୫୫ ବର୍ଷୀୟ କୈବଲ୍ୟ ରୋହିଦାସ । ସେ ବୁଧବାର ରାତିରେ ବିଷ ପିଇଥିଲେ । ଶୁକ୍ରବାର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଋଣ ଭାର ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୈବଲ୍ୟ ଗତ ରବି ୠତୁରେ ଲକ୍ଷାଧିକ ଟଙ୍କା ଧାର କରଜ କରି ୭ ଏକର ଜମିରେ ଧାନ ଚାଷ କରିଥିଲେ ଏବଂ ପ୍ରାୟ 150 କ୍ବିଣ୍ଟାଲ ଧାନ ଅମଳ କରିଥିଲେ । ସେଥିରୁ କେବଳ ୪୫ କ୍ବିଣ୍ଟାଲ ଧାନ ସରକାରଙ୍କୁ ବିକ୍ରି ହୋଇପାରିଥିବାବେଳେ ଟୋକନ ଆଦି ସମସ୍ୟା ଯୋଗୁଁ ଆଉ କିଛି ଧାନ କମ୍ ମୂଲ୍ୟରେ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ଆହୁରି ପ୍ରାୟ ୪୫ କ୍ବିଣ୍ଟାଲ ଧାନ ବିକ୍ରି ହୋଇପାର ନଥିଲା ଏବଂ ତାହା ବର୍ଷା ଯୋଗୁଁ ଗଜା ହୋଇଯାଇଥିଲା । ଲକ୍ଷାଧିକ ଟଙ୍କା କ୍ଷତି ସହିବା ଯୋଗୁଁ କୈବଲ୍ୟ ଚଳିତ ଖରିଫରେ ମଧ୍ୟ ପହ୍ଲା ରୁଆ କରିପାରି ନଥିଲେ । ଯେଉଁ କାରଣରୁ ଚାପଗ୍ରସ୍ତ ହୋଇ ସେ ଶେଷରେ ବିଷ ପିଇଥିବା ତାଙ୍କ ପୁଅ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.