ସମ୍ବଲପୁର: ଝାରସୁଗୁଡା ଜିଲ୍ଲାର ଗୋଟିଏ ପରିବାରର 5 ଜଣ ସଦସ୍ୟ ଆତ୍ମହତ୍ୟା ଘଟଣା । ବର୍ତ୍ତମାନ ସୁଦ୍ଧା ପରିବାରର 4 ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଗୁରୁବାର ପରିବାରର ଶ୍ରୀକାନ୍ତ ବିଶ୍ୱାଳ, ତାଙ୍କ ଭଉଣୀ ପିଙ୍କି ବିଶ୍ୱାଳ ଓ ମା' ପୁଷ୍ପବତୀ ବିଶ୍ୱାଳ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଶ୍ରୀକାନ୍ତଙ୍କ ଅନ୍ୟ ଜଣେ ଭଉଣୀ ବନ୍ଦିତା ବିଶ୍ଵାଳଙ୍କ ମୃତ୍ୟୁ ହୋଇଛି । ପରିବାରର ଅନ୍ୟ ଜଣେ ଝିଅ ଏବେ ବି ଗୁରୁତର ଥିବାରୁ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ସୋମବାର ବିଳମ୍ବିତ ରାତ୍ରିରେ ଦୀର୍ଘ 2 ବର୍ଷ କୋମାରେ ରହିବା ପରେ ଘରର ସାନ ପୁଅ ଦୀପକ ବିଶ୍ୱାଳର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାରର ସମସ୍ତ ସଦସ୍ୟ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ