ETV Bharat / state

ସଞ୍ଜୟ ରାୟ ମୃତ୍ୟୁ ଘଟଣା: ନ୍ୟାୟ ପାଇଁ DIGଙ୍କ ଦ୍ୱାରସ୍ଥ ହେଲେ ପରିବାର - ଝାରସୁଗୁଡା ଡ୍ରାଇଭର ମୃତ୍ୟୁ ଘଟଣା

ଗତ ଡିସେମ୍ବର 18 ତାରିଖରେ ବରଗଡ଼ରେ ଝାରସୁଗୁଡା ଜିଲ୍ଲାର ଡ୍ରାଇଭର ସଞ୍ଜୟ ରାୟଙ୍କ ରହସ୍ୟମୟ ମୃତ୍ୟୁ ଘଟଣା । ନ୍ୟାୟ ପାଇଁ ଉତ୍ତରାଞ୍ଚଳ ଡିଆଇଜିଙ୍କ ଦ୍ୱାରସ୍ଥ ହେଲେ ମୃତ ଡ୍ରାଇଭରଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

ସଞ୍ଜୟ ରାୟ ମୃତ୍ୟୁ ଘଟଣା: ନ୍ୟାୟ ପାଇଁ DIGଙ୍କ ଦ୍ୱାରସ୍ଥ ହେଲେ ପରିବାର

author img

By

Published : Jan 16, 2022, 7:46 AM IST

ଝାରସୁଗୁଡା: ଜିଲ୍ଲାର ବେଳପାହାଡ଼, ଗୁମ୍ଭାଡେରା, ଜମିଦାରିପଡାର ଡ୍ରାଇଭର ସଞ୍ଜୟ ରାୟ(36) ଜଣେ ଡ୍ରାଇଭର । ଗତ ଡିସେମ୍ବର 16 ତାରିଖରେ ସେ ଶୁଭ୍ରାନ୍ତ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ କାରରେ ଶୁଭ୍ରାନ୍ତଙ୍କ ବାପା ମା’ଙ୍କୁ ନେଇ ରାୟପୁର ଯାଇଥିଲା । ରାୟପୁରରୁ ସେ 18 ତାରିଖ ଫେରୁଥିଲେ ଏବଂ ସନ୍ଧ୍ୟାରେ ସେ ବରଗଡ଼ ପର୍ଯ୍ୟନ୍ତ ଫେରିଥିବା ନିଜ ପରିବାର ବର୍ଗଙ୍କୁ ଫୋନ ଯୋଗେ ଜଣାଇଥିଲେ । ତେବେ 18 ତାରିଖ ରାତ୍ରୀରେ ତାଙ୍କର ମୃତଦେହକୁ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହର ପାଣିଛତ୍ର ବ୍ରିଜ କଡ଼ରୁ ଉଦ୍ଧାର କରିଥିଲା ।

ସଞ୍ଜୟ ରାୟ ମୃତ୍ୟୁ ଘଟଣା: ନ୍ୟାୟ ପାଇଁ DIGଙ୍କ ଦ୍ୱାରସ୍ଥ ହେଲେ ପରିବାର

ଏନେଇ ତାଙ୍କ ପରିବାର ଲୋକେ 20 ତାରିଖରେ ଖବର ପାଇ ଟାଉନ ଥାନାରେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ତେବେ ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 18 ତାରିଖରେ ସଞ୍ଜୟ ରାୟପୁର ଫେରୁଥିବା ବେଳେ ଗୋଟିଏ ଟ୍ରକ ସହିତ ତାଙ୍କ କାରର ଧକ୍କା ହୋଇଥିଲା । ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା ।ଏହାପରେ ସେ କାର ଛାଡି କୁଆଡେ ପଳାଇଥିଲେ । ଆଉ ପରବର୍ତ୍ତୀ ସମୟରେ ସଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଏନେଇ ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନଥିବା ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ମୃତ ସଞ୍ଜୟଙ୍କ ପରିବାର ଲୋକେ କାର ମାଲିକଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି । କାର ମାଲିକ ଶୁଭ୍ରାନ୍ତ ଭୋଇ ସଞ୍ଜୟଙ୍କ ମୃତ୍ୟୁରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦାୟୀ ବୋଲି କହିଛନ୍ତି ।

ଏପରିକି ସଞ୍ଜୟଙ୍କ ମୃତଦେହ ପଡିଥିବା ସ୍ଥାନର ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚାଉଥିବା ପରିବାର ଲୋକେ କହିଛନ୍ତି । ଏନେଇ ଶନିବାର ମୃତକଙ୍କ ପରିବାର ଲୋକେ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ଦେଇ ଘଟଣାର ସତ୍ୟାସତ୍ୟ ବାହାର କରିବାକୁ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.