ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ନାଁରେ ଖୋଲାଯାଇଛି ଫେକ୍ ଫେସବୁକ ଆକାଉଣ୍ଟ । ଏହି ଫେକ୍ ଆକାଉଣ୍ଟରୁ କେହି ଜଣେ ଅସାମାଜିକ ଲୋକ ବିଭିନ୍ନ ଲୋକଙ୍କୁ ଟଙ୍କା ବରାଦ କରୁଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ସାଂସଦ ନିତେଶ ଗଙ୍ଗ ଦେବଙ୍କ ସମ୍ବଲପୁର ମହାନଗର ନିଗମର ସାଂସଦ ପ୍ରତିନିଧି ମୋହନ ଦାସ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ଏନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ପ୍ରତିନିଧି ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ସାଂସଦଙ୍କ ତରଫରୁ ଝାରସୁଗୁଡା ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ସମ୍ବଲପୁର ସାଇବର ଥାନାରେ ଏତଲା ଦିଆଯିବା ପରେ ସାଇବର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।