ସମ୍ବଲପୁର: ବସ୍ତାରୁ ମିଳିଲା ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିବା ଅଫିମ ଫଳ ଚୋପା । ସମ୍ବଲପୁର ଜିଲ୍ଲା ଧମା ଅଞ୍ଚଳ ଏକ ଢାବାରୁ 50 ହଜାର ଟଙ୍କାର ଏହି ଅଫିମ ଫଳ ଚୋପା ଜବତ କରିଛି ଅବକାରୀ ଉପଆୟୁକ୍ତ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ । ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଢାବାରୁ ଏହି ନିଶାଦ୍ରବ୍ୟ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଜଣେ ଢାବା ମାଲିକ ବସ୍ତାରେ କିଛି ସାମଗ୍ରୀ ଧରି ଯାଉଥିବା ବେଳେ ସନ୍ଦେହରେ ତାକୁ ଅଟକାଇ ଥିଲେ । ପରେ ଯାଞ୍ଚ କଲା ପରେ ତାଙ୍କ ପାଖରେ ପ୍ରାୟ 24କେଜି ଓଜନର ଅଫିମ ଫଳ ଚୋପା ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ 50ହଜାର ହେବ । ଘଟଣାରେ ଢ଼ାବା ମାଲିକକୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ ।

ଏହି ଜିନିଷକୁ ଚା' ରେ ମିଶାଇ ମାଦକ ଦ୍ରବ୍ୟ ଭାବେ ବ୍ୟବହାର କରାଯାଏ ଅଥବା ମସଲାରେ ମଧ୍ୟ ମିଶାଯାଏ ବୋଲି ଅବକାରୀ ବିଭାଗର ଅଧିକାରୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ