ETV Bharat / state

ନୂଆ-ଓ କାର୍ଯ୍ୟକ୍ରମ: ଜିଏମ ବିଶ୍ୱ ବିଦ୍ୟାଳୟରେ ଘୁଞ୍ଚିଲା ପରୀକ୍ଷା, ଛାତ୍ର ଅସନ୍ତୋଷ

author img

By ETV Bharat Odisha Team

Published : Jan 13, 2024, 6:27 PM IST

Exam Postponed For Nua O Program: ପରୀକ୍ଷା ଘୁଞ୍ଚିବାକୁ ନେଇ ଦେଖାଦେଇଛି ବିବାଦ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କଥା କଟାକଟି । ପାଣ୍ଡିଆନଙ୍କ ଗସ୍ତ ପାଇଁ ପରୀକ୍ଷା ଘୁଞ୍ଚିଥିବା ଅଭିଯୋଗ । ଆଜି ହେବାକୁ ଥିବା ସମସ୍ତ ପରୀକ୍ଷା ଜାନୁଆରୀ 24 ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିବା ସୂଚନା । ଅଧିକ ପଢନ୍ତୁ

ନୂଆ-ଓ କାର୍ଯ୍ୟକ୍ରମ: ଜିଏମ ବିଶ୍ୱ ବିଦ୍ୟାଳୟରେ ଘୁଞ୍ଚାଲା ପରୀକ୍ଷା

ସମ୍ବଲପୁର: ଜିଏମ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ଘୁଞ୍ଚିବାକୁ ନେଇ ବିବାଦ । ଆଜି ସମ୍ବଲପୁର ମନ୍ଦଲିଆ ପଡିଆ ଠାରେ ନୂଆ-ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଜି.ଏମ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ବର୍ଷର ବିଭିନ୍ନ ପରୀକ୍ଷାକୁ ବାତିଲ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ କେତେକ ଛାତ୍ର ଏହାରୁ ବିରୋଧ କରୁଥିବାବେଳେ ଅନ୍ୟ କେତେକ ସ୍ୱାଗତ ମଧ୍ୟ କରିଛନ୍ତି । ପରୀକ୍ଷା ଘୁଞ୍ଚିବା ନେଇ କର୍ତ୍ତୃପକ୍ଷ ହଠାତ୍‌ ନୋଟିସ ଜାରି କରି ଛାତ୍ରଛାତ୍ରୀଙ୍କୁ ଚାପ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଜଣେ ଛାତ୍ର ।

5T ଅଧ୍ୟକ୍ଷଙ୍କ ନୂଆ-ଓ କାର୍ଯ୍ୟକ୍ରମ ପାଇଁ( ଆଜି) ଜାନୁଆରୀ 13 ତାରିଖରେ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଏନେଇ ଜିଏମ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସରୁ ସ୍ପଷ୍ଟ ଭାବରେ ଜଣାପଡୁଛି l ସମ୍ବଲପୁର ଜିଲ୍ଲାପରିଷଦଙ୍କ ପକ୍ଷରୁ ଜିଏମ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନେଇ ଅବଗତ କରାଯିବା ପରେ ଏହି ଭଳି ପଦକ୍ଷେପ ନିଆଯାଇଥିବା ଜିଏମ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେଣୁ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଜାନୁଆରୀ 24 ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି ।

ତେବେ ନୂଆ-ଓ କାର୍ଯ୍ୟକ୍ରମ ପାଇଁ ପରୀକ୍ଷାକୁ ବାତିଲ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଉପରେ ଚାପ ସୃଷ୍ଟି କରାଯାଇ ଏଥିରେ ଯୋଗଦାନ କରିବାକୁ ବାଧ୍ୟ କରାଯାଇଛି ବୋଲି ଜଣେ ଛାତ୍ର କହିଛନ୍ତି । ଛାତ୍ର ଜଣକ କହିଛନ୍ତି ଯେ ପରୀକ୍ଷା ଘୁଞ୍ଚିବା ନେଇ କର୍ତ୍ତୃପକ୍ଷ ହଠାତ୍‌ ନୋଟିସ ଜାରି କରି ଛାତ୍ରଛାତ୍ରୀଙ୍କୁ ଚାପ ସୃଷ୍ଟି କରୁଛନ୍ତି । ଏହାସହ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଧ୍ୟ କରୁଛନ୍ତି ।

ଏହା ମଧ୍ୟୟ ପଢନ୍ତୁ....2 ଦିନିଆ ସମ୍ବଲପୁର ଗସ୍ତରେ ଭିକେ ପାଣ୍ଡିଆନ

ଅନ୍ୟପଟେ କେତେକ ଛାତ୍ର ଜିଏମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏହାସହ ଛାତ୍ର କହିଛନ୍ତି ଯେ କୌଣସି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲେ ପରୀକ୍ଷାକୁ ବାତିଲ କରାଯାଇଥାଏ । ତେବେ କେତେକ ସରକାର ବିରୋଧୀ ଛାତ୍ର ଉଚ୍ଚ ଶିକ୍ଷା ବିଭାଗକୁ ବଦନାମ କରିବା ପାଇଁ ଏହିଭଳି ଗୁଜବ ପ୍ରଚାର କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଯୋଗଦାନ ପାଇଁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପରୀକ୍ଷା ଘୁଞ୍ଚାଇବାକୁ ଲିଖିତ ଭାବେ ଅନୁରୋଧ କରାଯାଇଥିଲା । ଏବେ ଆସନ୍ତା ଜାନୁଆରୀ 24 ତାରିଖ ଦିନ ଘୁଞ୍ଚା ଯାଇଥିବା ପରୀକ୍ଷା ହେବାକୁ ଥିବା ବେଳେ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମିଶ୍ର ପ୍ରତିକ୍ରିୟା ଆସିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.