ETV Bharat / state

ସଫ୍ଟୱେର ଇଞ୍ଜିନିୟର ଶ୍ବେତା ମୃତ୍ୟୁ ଘଟଣା, ପୁରୁଷ ବନ୍ଧୁ ସୌମ୍ୟଜିତ୍‌ ଗିରଫ

ସଫ୍ଟୱେର ଇଞ୍ଜିନିୟର ଶ୍ବେତାଙ୍କ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଅଧିକ ପଢନ୍ତୁ

sweta boyfriend soumyajit arrested by police

author img

By

Published : Feb 16, 2023, 9:57 AM IST

sweta boyfriend soumyajit arrested by police

ସମ୍ବଲପୁର: ରାଜଧାନୀରେ ଲେଡି ସଫ୍ଟୱେର ଇଞ୍ଜିନିୟର ଶ୍ବେତାଙ୍କ ମୃତ୍ୟୁ ଘଟଣା । ଘଟଣାର ପାଞ୍ଚ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ । ଶ୍ବେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ସମ୍ବଲପୁରରୁ ଉଠାଇ ନେଲା କମିଶନରେଟ ପୋଲିସ l ଆଜି ଭୋର ସମୟରେ ସମ୍ବଲପୁରରୁ ସୌମ୍ୟଜିତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

ଶ୍ବେତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଥିଲା କମିଶନରେଟ ପୋଲିସ । ଏହାକୁ ଭିତ୍ତି କରି ଆଜି ଭୋର 4 ଟା ସମୟରେ ସମ୍ବଲପୁର ଵାରେଇପାଳି ଥାନା ଅନ୍ତର୍ଗତ ବଂଶୀଧର ନଗର ସ୍ଥିତ ସୌମ୍ୟଙ୍କ ଘରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ପୋଲିସ । ଏହାପରେ ସେଠାରୁ ସୋମ୍ୟଜିତଙ୍କୁ ଉଠାଇ ଆଣିଥିଲା ।

ସୂଚନା ଅୁଯାୟୀ, ଗତ ଅଗଷ୍ଟ ମାସରେ ଶ୍ଵେତାଙ୍କ ମୃତଦେହ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ସେତେବେଳେ ଏହି ଘଟଣା ପାଇଁ ଶ୍ଵେତାଙ୍କ ପରିବାର ଲୋକେ ତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ l ସେତେବେଳେ ପୋଲିସ ସୌମ୍ୟଜିତଙ୍କୁ ପଚରାଉଚରା ମଧ୍ୟ କରିଥିଲା l ତେବେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି l

2018 ମସିହାରୁ ଶ୍ବେତା ଭୁବନେଶ୍ବରର ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ । ତାଙ୍କ ସହିତ ସମ୍ବଲପୁରର ସୌମ୍ୟଜିତ ମହାପାତ୍ର ନାମକ ଯୁବକ ମଧ୍ୟ ସେଠାରେ ଚାକିରି ମଧ୍ୟ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ବେତାଙ୍କ ପରିବାର ଏ କଥା ଜାଣିବା ପରେ ସୌମ୍ୟଜିତ ମହାପାତ୍ରଙ୍କ ପରିବାରକୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସୌମ୍ୟଜିତ ମହାପାତ୍ରଙ୍କ ପରିବାର ବାହାଘର ପାଇଁ ତିରିଶି ଲକ୍ଷ ଟଙ୍କା ଦାବି କରିଥିଲେ ।

ଶ୍ବେତା ଏ କଥା ଜାଣିବା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସୌମ୍ୟଜିତ ମହାପାତ୍ର ଚାକିରି ଛାଡି ସମ୍ବଲପୁର ପଳେଇବା ପରେ ଶ୍ବେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡ଼ିଓ ଦେଖାଇ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । କିଛି ଉପାୟ ନ ପାଇ ଶ୍ବେତା ବାଧ୍ୟ୍ୟ ହୋଇ ଜୀବନ ହାରିଥିଲେ ବୋଲି ପରିବାର ଲୋକେ କହିଥିଲେ ।

ଏନେଇ ସୌମ୍ୟଜିତଙ୍କ ବିରୋଧରେ ଯୁବତୀଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଶ୍ବେତାଙ୍କ ପରିବାର ଡିସିପିଙ୍କୁ ଅନେକ ତଥ୍ୟ ଦେଇଥିବାବେଳେ, ଶ୍ବେତାର‌ କିଛି ମେସେଜ ଓ ଚାଟ୍‌କୁ ଡିସିପିଙ୍କୁ ଦେଇଥିଲେ । ଯାହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା । ସୌମ୍ୟଙ୍କୁ ଗିରଫ କରିବା ପାଇଁ ପରିବାର ଲୋକେ ଦାବି କରିଥିଲେ ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.