ETV Bharat / state

ଯୁଜୁମୁରା ଅଞ୍ଚଳରେ ଧାନ ଖାଇଗଲେ ହାତୀପଲ, ଉଠିଲା କ୍ଷତିପୂରଣ ଦାବି - ଯୁଜୁମୁରା ଅଞ୍ଚଳରେ ହାତୀ ଉପଦ୍ରବ

ହାତୀ ଉପଦ୍ରବରେ ବେହାଲ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଅଞ୍ଚଳ। କେତେବେଳେ ହାତୀ ମଣିଷ ମାରୁଛି ତ ଆଉ କେତେବେଳେ ଘର ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅଧିକ ପଢ଼ନ୍ତୁ...

ଯୁଜୁମୁରା ଅଞ୍ଚଳରେ ଧାନ ଖାଇଗଲେ ହାତୀପଲ, ଉଠିଲା କ୍ଷତି ପୂରଣ ଦାବି

author img

By

Published : Mar 25, 2021, 10:46 PM IST

ସମ୍ବଲପୁର: ହାତୀ ଉପଦ୍ରବରେ ବେହାଲ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଅଞ୍ଚଳ। କେତେବେଳେ ହାତୀ ମଣିଷ ମାରୁଛି ତ ଆଉ କେତେବେଳେ ଘର ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ହାତୀପଲ ସ୍ଥାନୀୟ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଯୁଜୁମୁରା ବ୍ଲକର କୁକୁଡ଼ାପାଲି ପଞ୍ଚାୟତରେ ଧାନ ଅମଳ ହେବା ସମୟରେ ହାତୀପଲ ପ୍ରାୟ 70 ଏକର ଜମିର ଧାନ ଖାଇ ଯାଇଛନ୍ତି।

ଯୁଜୁମୁରା ଅଞ୍ଚଳରେ ଧାନ ଖାଇଗଲେ ହାତୀପଲ, ଉଠିଲା କ୍ଷତି ପୂରଣ ଦାବି

ନଷ୍ଟ ହୋଇଯାଇଛି ଏକର ଏକର ଜମିର ଅମଳ କ୍ଷମ ଧାନ ଫସଲ। ବିଳମ୍ବିତ ରାତିରେ ପ୍ରାୟ 10ଟି ହାତୀ ଯୁଜୁମୁରା ଅଞ୍ଚଳକୁ ଆସି ଧାନ ଫସଲ ଖାଇ ଯାଉଛନ୍ତି। 2ଦିନ ହେଲା ଏହି ଅଞ୍ଚଳରେ ଏକ ହାତୀପଲଙ୍କ ଉତ୍ପାତ ବଢ଼ିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଖପାଖ ଅଞ୍ଚଳରେ ଶିଳ୍ପାୟନ ଓ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀ ଏହି ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଆସି ଯାଉଥିବା ଅଭିଯୋଗ ହୋଇଛି।

ଦିନବେଳା ଯୁଜୁମୁରା ନିକଟସ୍ଥ ନଦୀ ପାଖ ଜଙ୍ଗଲରେ ହାତୀପଲ ରହୁଛନ୍ତି। ତେବେ ରାତିରେ ଗାଁ ମୁଣ୍ଡକୁ ଆସି ଫସଲ ଖାଇ ଯାଉଛନ୍ତି ହାତୀ। ଏହାକୁ ନେଇ ବନ ବିଭାଗ ନିକଟରେ ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନାହିଁ। ବନ ବିଭାଗ ପରସ୍ପରକୁ ଦୋଷ ଦେଇ ଖସି ଯାଉଛନ୍ତି। ଏଭଳି ସ୍ଥିତିରେ କ୍ଷତିପୂରଣ ସହ ସ୍ଥାୟୀ ସମାଧାନ ଦାବି କରିଛନ୍ତି ଚାଷୀ । ସେପଟେ ଏହି ଅଞ୍ଚଳରେ ହାତୀ ଉପଦ୍ରବ ରୋକିବାକୁ ଡ୍ରେନେଜ ଖୋଳା ଆରମ୍ଭ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.