ETV Bharat / state

ଦୃଷ୍ଟିଶକ୍ତି ହରାଉଛି ଜଙ୍ଗଲ ରକ୍ଷକ ‘ଖର୍ସେଲ’, ଚିନ୍ତାରେ ବନବିଭାଗ - elephant kharsel have eyesight problem

ଦିନ ଥିଲା 7 ଜଣକୁ ମାରି ବନ୍ଦୀ ହୋଇଥିବା 'ଖର୍ସେଲ' ଏବେ 20ବର୍ଷ ଧରି ଦେବରିଗଡ ଅଭୟାରଣ୍ୟକୁ ସୁରକ୍ଷା ଦେଇ ଆସୁଛି । କିନ୍ତୁ ଏବେ ସେ ବୟସର ଅପରାହ୍ନରେ ପହଁଚିଛି । ବର୍ତ୍ତମାନ ତା'ର ଦୃଷ୍ଟିଶକ୍ତି ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଛି । ଯାହାକୁ ନେଇ ସମ୍ବଲପୁର ବନବିଭାଗ ବେଶ ଚିନ୍ତାରେ ।

'ଖର୍ସେଲ' ହରାଉଛି ଦୃଷ୍ଟିଶକ୍ତି
author img

By

Published : Oct 3, 2019, 7:44 PM IST

ସମ୍ବଲପୁର: ଦେବରିଗଡ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଏକମାତ୍ର ହାତୀ 'ଖର୍ସେଲ' କୁ ନେଇ ଚିନ୍ତାରେ ସମ୍ବଲପୁର ବନବିଭାଗ । ଖର୍ସେଲର ଗୋଟିଏ ଆଖିକୁ କିଛି ଦେଖାଯାଉନାହିଁ । ଅନ୍ୟ ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଛି। ତେବେ ଦୃଷ୍ଟିଶକ୍ତି କମିଥିଲେ ବି ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାର ବନ ବିଭାଗ ସୂଚନା ଦେଇଛି ।

'ଖର୍ସେଲ'
'ଖର୍ସେଲ' ନିଜ ପିଠିରେ ଶିଶୁଟିକୁ ବସାଇ ବୁଲାଉଛି ଜଙ୍ଗଲ

ପ୍ରାୟ 2ଦଶନ୍ଧି ଧରି ଦେବରିଗଡ ଅଭୟାରଣ୍ୟକୁ ସୁରକ୍ଷା ଦେଇ ଆସିଥିବା ହାତୀ 'ଖର୍ସେଲ'ଏବେ ବୟସର ଅପରାହ୍ନରେ ପହଁଚିଛି। ଏହି ହାତୀଟି ଏବେ ଦେବରିଗଡ ଅଭୟାରଣ୍ୟର କମାଗାଁ ରେଞ୍ଜ ନିକଟରେ ରହୁଛି। ତେବେ ପରିଣତ ବୟସ କାରଣରୁ 'ଖର୍ସେଲ' କୁ ଆଉ ପେଟ୍ରୋଲିଂ କାମରେ ଲଗାଯାଉନି । ବନବିଭାଗ ପକ୍ଷରୁ ତା' ନିକଟକୁ ଖାଦ୍ୟ ପାନୀୟ ପହଞ୍ଚାଇବା ସହ ତା'ର ଯତ୍ନ ନିଆଯାଉଛି।

ଦିନଥିଲା ଖର୍ସେଲ ନାଁ ଶୁଣିଲେ ଲୋକଙ୍କ ନିଦ ଉଡି ଯାଉଥିଲା । ବଲାଙ୍ଗୀର ଜିଲ୍ଲାରେ 1975 ମସିହାରୁ 1995 ମସିହା ମଧ୍ୟରେ 7 ଜଣକୁ ମାରିଥିଲା ଖର୍ସେଲ। ଏହାପରେ 1995 ମସିହାରେ ଖର୍ସେଲକୁ ତୁରନ୍ତ ମାରିବା ପାଇଁ ବନବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଖର୍ସେଲକୁ ଧରିବାକୁ ବଲାଙ୍ଗିରବାସୀ ଆମରଣ ଅନଶନ କରିଥିଲେ । ଶେଷରେ ବନ ବିଭାଗ 25 ଜୁଲାଇ 1995 ରେ ଖର୍ସେଲକୁ ପ୍ରଥମେ ଟ୍ରାଙ୍କୁଲାଇଜର କରି ବନ୍ଦୀ କରିଥିଲା । କିନ୍ତୁ କିଛିଦିନ ପରେ ଏହି ହାତୀଟି ଚେନ ଛିଣ୍ଡାଇ ପୁଣି ଜଙ୍ଗଲକୁ ପଳାଇଥିଲା । ଏହା ପରେ ଅଗଷ୍ଟ 10ରେ ପୁଣି ତାକୁ ଟ୍ରାଙ୍କୁଲାଇଜ କରି ବନ୍ଦୀ କରାଯାଇଥିଲା ।

ତେବେ ବଲାଙ୍ଗିର ଜିଲ୍ଲା ଖରସେଲ ଜଙ୍ଗଲରୁ ଧରା ଯାଇଥିବାରୁ ତା ନାଁ ଖର୍ସେଲ ଦିଆଯାଇଥିଲା। ଏହା ପରେ ତାକୁ ନନ୍ଦନକାନନ ଓ ଚନ୍ଦକାରେ ଆସାମର ମାହୁନ୍ତ ତାଲିମ ଦେଇଥିଲେ । ତାକୁ 5 ବର୍ଷ ଧରି ବିଭିନ୍ନ କାର୍ଯ୍ୟରେ ଲଗା ଯାଇଥିଲା। 11 ଜାନୁଆରୀ 2000 ମସିହାରେ ସମ୍ବଲପୁରର ଦେବରିଗଡକୁ ଅଣା ଯାଇଥିଲା । ସେଠାରେ ସେ ପାଲଟି ଯାଇଥିଲା ଜଙ୍ଗଲର ରକ୍ଷକ । କାଠ ଚୋର ମାନଙ୍କ ପାଇଁ ଆତଙ୍କ ପାଲଟିଥିଲା ଖର୍ସେଲ । ଖର୍ସେଲ ସେଠାରେ 19 ବର୍ଷଧରି ପେଟ୍ରୋଲିଂ କରି ଜଙ୍ଗଲକୁ ବେଶ ସୁରକ୍ଷା ଦେଇ ଆସୁଥିଲା । ତେବେ ବର୍ତ୍ତମାନ ବୟସ ଅଧିକ ହେବାରୁ ସେ ପେଟ୍ରୋଲିଂ କରି ପାରୁନି କେବଳ ବ୍ୟାୟାମ ପାଇଁ 3 କି.ମି ଚାଲୁଛି । ଅନ୍ୟପଟେ ଖର୍ସେଲ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବେଶ୍‌ ମନୋରଞ୍ଜନ କରିଥାଏ।

ହାତୀ ମାନଙ୍କ ହାରାହାରି ଜୀବନ କାଳ 40 ରୁ 65 ବର୍ଷ ହୋଇଥିବା ବେଳେ କେତେକ ହାତୀ 70 ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । ବର୍ତ୍ତମାନ ଖରସେଲର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିଲେ ମଧ୍ୟ ତାର ଦୃଷ୍ଟି ଶକ୍ତି କମିଥିବାରୁ ତାହା ବନ ବିଭାଗର ଚିନ୍ତା ବଢାଇ ଦେଇଛି।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ଦେବରିଗଡ ଜଙ୍ଗଲରେ ଥିବା ଏକମାତ୍ର ହାତୀ 'ଖର୍ସେଲ' ' କୁ ନେଇ ଚିନ୍ତାରେ ସମ୍ବଲପୁର ବନବିଭାଗ। ଖର୍ସେଲର ଗୋଟିଏ ଆଖି କିଛି ଦିସୁନଥିବ ବେଳେ ଅନ୍ୟ ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଛି।ତେବେ ଦୃଷ୍ଟି ଶକ୍ତି କମିଥିଲେ ବି ସ୍ୱାସ୍ଥବସ୍ଥା ସ୍ଥିର ଥିବାର ବନ ବିଭାଗ କହୁଛି।ପ୍ରାୟ 2 ଦଶନ୍ଧି ଧରି ଦେବରିଗଡ଼ ଅଭୟାରଣ୍ୟ କୁ ସୁରକ୍ଷା ଦେଇ ଆସିଥିବା ହାତୀ ଖରସେଲ ଏବେ ବୟସର ଅପରାହ୍ନ ରେ ପହଁଚିଛି। ଏହି ହାତୀଟି ଏବେ ଦେବରିଗଡ଼ ଅଭୟାରଣ୍ୟ ର କମାଗାଁ ରେଞ୍ଜ ନିକଟରେ ଅବସ୍ଥାନ କରୁଛି। ତେବେ ବୟସାଧୁକ କାରଣରୁ ଖରସେଲ କୁ ଆଉ ପେଟ୍ରୋଲିଂ କାମରେ ଲଗାଯାଉନି ।ହେଲେ ତା ନିକଟକୁ ଖାଦ୍ୟ ପାନୀୟ ପହଂଚାଯାଇ ତାର ଯତ୍ନ ନିଆଯାଉଛି।Body:ଦିନ ଥିଲା ଖର୍ସେଲ ନା ଶୁଣିଲେ ଲୋକଙ୍କ ନିଦ ଉଡ଼ି ଯାଉଥିଲା। ବଲାଙ୍ଗୀର ଜ଼ୀଲ୍ଲା ରେ 1975 ମସିହାରୁ 1995 ମସିହା ମଧ୍ୟରେ 7 ଜଣକୁ ମାରିଥିଲା ଖର୍ସେଲ। ଖର୍ସେଲ କୁ ତୁରନ୍ତ ମାରିବା ପାଇଁ 1995 ମସିହାରେ ବନ ବିଭାଗ କୁ ନିର୍ଦେଶ ଦିଆ ଯାଇଥିଲା।ଏହା ସହ ଏହାକୁ ଧରିବାକୁ ବଲାଙ୍ଗୀର ବାସୀ ଆମରଣ ଅନଶନ କରିଥିଲେ। ଶେଷରେ ବନ ବିଭାଗ 25 ଜୁଲାଇ 1995ରେ ଖର୍ସେଲ କୁ ପ୍ରଥମେ ଟ୍ରଙ୍କୁଲାଇଜ଼ଏର କରି ବନ୍ଦୀ କରିଥିଲା।କିନ୍ତୁ କିଛିଦିନ ପରେ ଏହି ହାତୀଟି ଚେନ ଚିଣ୍ଡାଇ ପୁଣି ଜଙ୍ଗଲ କୁ ପଳାଇଥିଲେ। ଏହା ପରେ ଅଗଷ୍ଟ 10 ରେ ପୁଣି ତାକୁ ଟ୍ରାନଙ୍କୁଲାଇଜ କରି
ବନ୍ଦୀ କରାଯାଇଥିଲା।ବଲାଙ୍ଗୀର ଜିଲ୍ଲା ଖରସେଲ ଜଙ୍ଗଲରୁ ଧରା ଯାଇଥିବାରୁ ତା ନାଁ ଖରସେଲ ହୋଇଥିଲା। ଏହା ପରେ ତାକୁ ନନ୍ଦନକାନନ ଓ ଚନ୍ଦକା ରେ ଆସାମ ର ମହୁନ୍ତ ତାଲିମ ଦେଇଥିଲେ।ସେଠାରେ ପରବର୍ତ୍ତୀ ସମୟରେ ତାକୁ 5 ବର୍ଷ ଧରି ବିଭିନ୍ନ କାର୍ଯ୍ୟରେ ଲଗା ଯାଇଥିଲା। ଏହାପରେ ତାକୁ 11 ଜାନୁଆରୀ 2000 ମସିହାରେ ସମ୍ବଲପୁର ର ଦେବରିଗଡ଼ କୁ ଅଣା ଯାଇଥିଲା ।ଏଠାରେ ସେ ସତେ ଯେମିତ ପାଲଟି ଯାଇଥିଲା ଏହି ଜଙ୍ଗଲର ରକ୍ଷକ। କାଠ ଚୋର ମାନଙ୍କ ପାଇଁ ଆତଙ୍କ ପାଲଟିଥିଲା ଖର୍ସେଲ। ଖର୍ସେଲ ଏଠାରେ 19 ବର୍ଷଧରି ପେଟ୍ରୋଲିଂ କରି ଜଙ୍ଗଲକୁ ବେସ ସୁରକ୍ଷା ଦେଇ ଆସୁଥିଲା। ତେବେ ବର୍ତ୍ତମାନ ବୟସ ଅଧିକ ହେବାରୁ ସେ ପେଟ୍ରୋଲିଂ କରୁନି କେବଳ ବ୍ୟାୟାମ ପାଇଁ 3 କିମି ଚାଲୁଛି।
ଅନ୍ୟପଟେ ଖର୍ସେଲ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବେସ ମନୋରଞ୍ଜନ କରିଥାଏ।
Conclusion:ହାତୀ ମାନ ଙ୍କ ହାରାହାରି ଜୀବନ କାଳ 40 ରୁ 65 ବର୍ଷ ହୋଇଥିବା ବେଳେ କେତେକ ହାତୀ 70 ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି।ବର୍ତ୍ତମାନ ଖରସେଲ ର ସ୍ୱାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ତାର ଦୃଷ୍ଟି ଶକ୍ତି କମିଥିବାରୁ ତାହା ବନ ବିଭାଗ ର ଚିନ୍ତା ବଢା ଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.