ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଯୁଜୁମୁରାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଫଳରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଗତ ଛଅ ମାସ ହେଲା ହାତୀଙ୍କ ଉତ୍ପାତ ଯୋଗୁଁ ଚାଷ ଵ୍ୟାପକ କ୍ଷୟକ୍ଷତି ହେଉଥିବା ବେଳେ ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ସଦର ଓ ପଡିଆବାହାଲ ରେଞ୍ଚ ଅନ୍ତର୍ଗତ କୁକୁଡାପାଲି ପଞ୍ଚାୟତର କୁକୁଡାପାଲି ,ଡୁମ୍ଭେରପାଲି, ଗିରିପାଲି, କୁସନପୁରୀ, ଡୁମାଲପଦର, ସିକ୍ରାପାଲି ଓ ବଇଦାରକଣ୍ଟାଗାଁକୁ ହାତୀ ପଲ ଆସି ଚାଷ ଜମିରୁ ଧାନ ଖାଇବା ସହ ନଷ୍ଟ କରୁଛନ୍ତି । ଏହାସହ ଘର ଗୁଡିକ ଭାଙ୍ଗୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏ-ନେଇ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ୍ ବନବିଭାଗ ଏନେଇ କୌଣସି ପଦକ୍ଷେପ ନେଉ ନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା ,ଇଟିଭି ଭାରତ