ETV Bharat / state

ରେଢ଼ାଖୋଲ NACରେ BJD ପ୍ରଚାର ମଙ୍ଗ ଧରିଛନ୍ତି ରୋହିତ ପୂଜାରୀ

ରେଢ଼ାଖୋଲ NAC ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ଇଂ ରୋହିତ ପୂଜାରୀ । ବିଜେଡି ପାଇଁ ଭୋଟ ମାଗିଲେ ଓଲିଉଡ କଳାକାର । ଅଧିକ ପଢନ୍ତୁ

ରେଢ଼ାଖୋଲ NACରେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ରୋହିତ ପୂଜାରୀ

author img

By

Published : Mar 22, 2022, 4:01 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ NAC ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ରେଢ଼ାଖୋଲ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ବିଧାୟକ ଇଂ ରୋହିତ ପୂଜାରୀ । ଖୋଲା ଜିପ୍‌ରେ ଅଧ୍ୟକ୍ଷ ପ୍ରାର୍ଥୀ ସୁନୀଲ କୁମାର ପ୍ରଧାନଙ୍କୁ ଧରି ପ୍ରତ୍ୟେକ ୱାର୍ଡରେ ପ୍ରଚାର କରୁଛନ୍ତି ବିଧାୟକ । ଗତଥର ରେଢ଼ାଖୋଲରେ ବିଜେଡି ବିଜୟୀ ହୋଇଥିବା ବେଳେ ଏଥର ମଧ୍ୟ ରେଢ଼ାଖୋଲ NAC ରେ ବିଜେଡି ହିଁ ବାଜିମାତ କରିବ ବୋଲି ବିଧାୟକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ରେଢ଼ାଖୋଲ NACରେ BJD ପ୍ରଚାର ମଙ୍ଗ ଧରିଛନ୍ତି ରୋହିତ ପୂଜାରୀ
ରେଢାଖୋଲ ଏନଏସିର ସମସ୍ତ ୧୩ଟି ୱାର୍ଡରେ ଖୋଲା ଜିପରେ ବିଧାୟକ ପ୍ରଚାର କରୁଛନ୍ତି । ସେହିପରି ଏଥର ବିଜେଡିର ପ୍ରଚାର ମୈଦାନରେ ଓହ୍ଲେଇଛନ୍ତି ଓଲିଉଡ ଅଭିନେତ୍ରୀ ଜିନ୍ନା ସାମଲ ଏବଂ ଅଭିନେତା ମଣ୍ଟୁ ଶର୍ମା । ଏହି ଓଲିଉଡ କଳାକାର ଖୋଲା ଜିପରେ ବସି ବିଜେଡି ସପକ୍ଷରେ ଭୋଟ ମାଗିଛନ୍ତି । ରେଢ଼ାଖୋଲ ସହରର ପାନୀୟ ଜଳ ସମସ୍ୟାର ୭୦ ପ୍ରତିଶତ ସମାଧାନ ବିଜେଡି କରିଛି ଓ ଆଗକୁ ମଧ୍ୟ ଏହି ସମସ୍ୟାର ସମାଧାନ ବିଜେଡି ହିଁ କରିବ ବୋଲି ପ୍ରଚାର କରୁଛି ଦଳ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନାଗୁଡିକୁ ପ୍ରସଙ୍ଗ କରି ଲୋକଙ୍କୁ ଭୋଟ ମାଗୁଛି ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ସଫଳତା ପାଇବ ରୋହିତ ପୂଜାରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.