ETV Bharat / state

ସମ୍ବଲପୁରରେ ଶାନ୍ତି ଶୃଙ୍ଖଳାର ସହ ବକରି ଇଦ୍ ପାଳନ

ଆଜି ଇଦ୍-ଉଲ-ଜୁହା ବା ବକରି ଇଦ୍ । ସମ୍ବଲପୁରରେ ଶାନ୍ତି ଶୃଙ୍ଖଳାର ସହ ବକରି ଇଦ୍ ପାଳନ । ଅଧିକ ପଢନ୍ତୁ

author img

By

Published : Jun 29, 2023, 1:27 PM IST

Updated : Jun 29, 2023, 2:18 PM IST

ସମ୍ବଲପୁରରେ ଶାନ୍ତି ଶୃଙ୍ଖଳାର ସହ ବକରି ଇଦ୍ ପାଳନ
ସମ୍ବଲପୁରରେ ଶାନ୍ତି ଶୃଙ୍ଖଳାର ସହ ବକରି ଇଦ୍ ପାଳନ
ସମ୍ବଲପୁରରେ ଶାନ୍ତି ଶୃଙ୍ଖଳାର ସହ ବକରି ଇଦ୍ ପାଳନ

ସମ୍ବଲପୁର: ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍-ଉଲ-ଜୁହା ବା ବକରି ଇଦ୍ । ଆଜିର ଦିନକୁ ମୁସଲମାନ ସମ୍ପ୍ରଦାୟର ଲୋକେ ବଳିଦାନ ଦିବସ ଭାବେ ପାଳନ କରନ୍ତି । ସମଗ୍ର ବିଶ୍ବରେ ଆଜି ବକରି ଇଦ୍ ପାଳିତ ହେଉଥିବା ବେଳେ ଏଥିରୁ ବାଦ୍ ପଡିନି ସମ୍ବଲପୁର ସହର । ସହରର ବିଭିନ୍ନ ମସଜିଦ ଓ ଇଦଗାହାରେ ସକାଳୁ ସକାଳୁ ସାମୁହିକ ନମାଜ ପାଠ କରାଯିବା ସହ ବକରି ଇଦ୍ ପାଳନ ହୋଇଛି l

ସମ୍ବଲପୁର ସହରରେ ଗତ ଏପ୍ରିଲ ମାସରେ ହନୁମାନ ଜନ୍ମ ଉତ୍ସବ ପାଳନ ସମୟରେ ହିଂସା ସୃଷ୍ଟି ହୋଇଥିବାରୁ ଚଳିତ ଇଦ୍ କିପରି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଥିଲା । ଆଜି ଜିଲ୍ଲା ପୋଲିସ ପ୍ରଶାସନର କଡା ସୁରକ୍ଷା ବଳୟ ଭିତରେ ଇଦ-ଉଲ-ଜୁହା ପାଳନ ହୋଇଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗକୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଆଜି ସକାଳ ପ୍ରାୟ ୬ଟାରୁ ସମ୍ବଲପୁରର ବିଭିନ୍ନ ମସଜିଦ ଓ ଇଦଗାହାରେ ମୁସଲମାନ ସମ୍ପ୍ରଦାୟର ଲୋକେ ପହଞ୍ଚି ସାମୁହିକ ନମାଜ ପାଠ କରି ସର୍ବଶକ୍ତିମାନ ଈଶ୍ବରଙ୍କ ପ୍ରାର୍ଥନା କରିଥିଲେ । ଏହାପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭକାମନା ଜଣାଇଥିଲେ l ଏହାସହିତ ପରମ୍ପରା ଅନୁସାରେ ଗରିବ ଲୋକଙ୍କୁ କିଛି ଦାନ କରିଥିଲେ । ପରେ ଘରେ ପ୍ରସ୍ତୁତ ସିମେଇ ସହ ବିଭିନ୍ନ ପ୍ରକାରର ମିଷ୍ଟାନ ଖାଇ ଇଦ୍ ପାଳନର ମଜା ନେଇଥିଲେ । ଆଜି ପ୍ରତିଟି ମୁସଲମାନ ପରିବାରରେ ବିଭିନ୍ନ ପ୍ରକାରର ଆମିଷ ବ୍ୟଞ୍ଜନ ତିଆରି ହୋଇଥାଏ ।

ସମ୍ବଲପୁର ସହରରେ ପ୍ରାୟ ୧୫ ହଜାର ମୁସଲମାନ ସମ୍ପ୍ରଦାୟର ଲୋକେ ରହୁଥିବାରୁ ଆଜି ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ କିପରି ସମାପନ ହେବ ସେଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୁସଲମାନ ବହୁଳ ଅଞ୍ଚଳ ଗୁଡିକରେ ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l ସହରର ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା ଇଦଗାହା ଅଞ୍ଚଳ, ଭୂତପଡ଼ା ଛକ, ମୋତି ଝରଣ, ସୁନାପାଲି ଅଞ୍ଚଳ, କୁମ୍ଭାରପଡା ଅଞ୍ଚଳରେ ବ୍ୟପାକ ପୋଲିସ ମୁତୟନ କରାଯାଇଛି l

ଚଳିତ ବର୍ଷ ପରିସ୍ଥିତିର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ପୂର୍ବରୁ ସାକ୍ଷୀପଡା ଇଦଗାହା ରାସ୍ତା ଉପରେ ହେଉଥିବା ସାମୁହିକ ନମାଜ ପାଠକୁ ଜିଲ୍ଲା ପ୍ରଶାସନ ବାରଣ କରିଛି । ଯାହାଫଳରେ କେବଳ ଇଦଗାହା ଓ ମସଜିଦ ଭିତରେ ହିଁ ସାମୁହିକ ନମାଜ ପାଠ କରାଯାଇଛି । ଦେଶର ଉନ୍ନତି, ଏକତା ପାଇଁ ପ୍ରାର୍ଥନା କରାଯାଇଥିବା କହିଛନ୍ତି ମୁସଲମାନ ଶ୍ରଦ୍ଧାଳୁ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jun 29, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.