ସମ୍ବଲପୁର: ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍ । ଏହି ପରିପ୍ରେକ୍ଷୀରେରେ ଆଜି ସମ୍ବଲପୁରରେ ମଧ୍ୟ 2 ବର୍ଷ ପରେ ଖୁବ୍ ଧୁମଧାମରେ ଇଦ୍ ପାଳିତ ହୋଇଛି । ଇଦ୍ ଉଲ୍ ଫିତର୍ ପାଇଁ ଚଳଚଞ୍ଚଳ ରହିଛି ସାରା ସହର । ଆଜି ଇଦ୍ ଅବସରରେରେ ସକାଳ 7ଟା 5 ମିନିଟରେ ବିଭିନ୍ନ ମସଜିଦ ଓ ଇଦଗାହା ଗୁଡିକରେ ସାମୁହିକ ନମାଜ ପାଠର ଆୟୋଜନ ହୋଇଥିଲା । ରାମଜାନ ମାସ ତମାମ ରୋଜା ରଖିଥିବା ମୁସଲିମ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଆଜି ସକାଳେ ଏକାଠି ହୋଇ ନାମାଜ ପାଠ କରିବା ସହ ଦୁଆ ମାଗିଥିଲେ । ଏହାପରେ ପରମ୍ପରା ଅନୁଯାୟୀ ଗରିବ ଲୋକଙ୍କୁ ଜକାତ ପ୍ରଦାନ କରାଯାଇଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ