ETV Bharat / state

ଲକଡାଉନ ଯୋଗୁଁ କୋର୍ଟ କଚେରୀ ବନ୍ଦ, ପଡିଛି ଲକ୍ଷାଧିକ ମାମଲା - western odisha court close

ଏବେ କୋଭିଡ ଯୋଗୁଁ କୋର୍ଟ କଚେରୀ ସବୁ ବନ୍ଦ, ଫଳରେ ପଡିରହିଛି ଲକ୍ଷାଧିକ ମାମଲା । ପ୍ରଥମେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଆଉ ଏବେ କରୋନା ଲକଡାଉନରେ ବନ୍ଦ ରହିଛି ସବୁ ଅଦାଲତ । ଅଧିକ ପଢନ୍ତୁ...

ଲକଡାଉନ ଯୋଗୁଁ କୋର୍ଟ କଚେରୀ ବନ୍ଦ, ପଡି ରହିଛି ଲକ୍ଷାଧିକ ମାମଲା

author img

By

Published : Jun 6, 2021, 7:14 AM IST

ସମ୍ବଲପୁର: ଏବେ କୋଭିଡ ଯୋଗୁଁ କୋର୍ଟ କଚେରୀ ସବୁ ବନ୍ଦ, ଫଳରେ ପଡିରହିଛି ଲକ୍ଷାଧିକ ମାମଲା । ପ୍ରଥମେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଆଉ ଏବେ କରୋନା ଲକଡାଉନରେ ବନ୍ଦ ରହିଛି ସବୁ ଅଦାଲତ । ଏହାର ପ୍ରଭାବ ପଡୁଛି ଜେଲରେ ଥିବା ଅନ୍ତେବାସୀଙ୍କ ଉପରେ ।

ଲକଡାଉନ ଯୋଗୁଁ କୋର୍ଟ କଚେରୀ ବନ୍ଦ, ପଡି ରହିଛି ଲକ୍ଷାଧିକ ମାମଲା

ପଶ୍ଚିମ ଓଡିଶା ପରିପ୍ରେକ୍ଷୀରେ ଯଦି ଦେଖାଯାଏ କୋର୍ଟ କଚେରୀ ବନ୍ଦ ଯୋଗୁଁ ଲକ୍ଷାଧିକ ମାମଲା ଗଡୁଛି । ବିଗତ କିଛି ବର୍ଷରେ ଅନେକ ଥର ଅଦାଳତ ବନ୍ଦ ହେବାରୁ ପାହାଡ ପରି ଗଡୁଛି ମାମଲା । ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ବିଭିନ୍ନ ଅଦାଲତରେ ସାଢେ ୩ ଲକ୍ଷରୁ ଅଧିକ ମାମଲା ପଡିରହିଛି । ପ୍ରଥମେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଆନ୍ଦୋଳନରେ କୋର୍ଟ-କଚେରୀ ଅଚଳାବସ୍ଥାରେ ରହିଥିଲା । ଏହା ପରେ ୨୦୨୦ରୁ ମାର୍ଚ୍ଚ ପରଠୁ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି ।

ଲକଡାଉନ ଯୋଗୁଁ କୋର୍ଟ-କଚେରୀ ବନ୍ଦ ରହିଲା ଆଉ ମାମଲା ଗଡିବାକୁ ଲାଗିଲା। ତେବେ ଜାତୀୟ ନ୍ୟାୟିକ ଡାଟା ଅନୁଯାୟୀ ପଶ୍ଚିମ ଓଡିଶାର ୧୦ ଜିଲ୍ଲାରେ ୪୨୯୦୪ ଦେବାନୀ ମାମଲା ଓ ୩୦୭୬୪୫ ଟି ଫୌଜଦାରୀ ମାମଲା ବିଚାରଧୀନ ରହିଛି। ମୋଟ ୩ ଲକ୍ଷ ୫୦ ହଜାର ୫୪୯ ଟି ମାମଲା ବିଚାରାଧୀନ ରହିଛି । ଏଭଳି ସ୍ଥିତିରେ କୋର୍ଟ-କଚେରୀ ବନ୍ଦ ହେବାରୁ ଜାମିନ ହୋଇଥିଲେ ମଧ୍ୟ କିଛି ଆଇନଗତ ପ୍ରକ୍ରିୟା ଅଟକି ରହିଥିବାରୁ କେତେକ ଲୋକ ଜାମିନ ପାଇ ମଧ୍ୟ ଜେଲରୁ ବାହାରି ପାରୁନାହାନ୍ତି।

ଏହିଭଳି ବର୍ତ୍ତମାନ ଆଇନର ଜଟିଳତା ଭିତରେ ଛନ୍ଦି ହୋଇଛନ୍ତି ସମ୍ବଲପୁର ଗୋପାଳପାଲି ଅଞ୍ଚଳର 2 ଟି ପରିବାର। ଏହି ଅଞ୍ଚଳର ଲିଙ୍ଗରାଜ ନାଏକଙ୍କ ଭାଇ ଦେଢ଼ ବର୍ଷ ପୂର୍ବେ ଏକ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ବର୍ଷେ ପୂର୍ବରୁ ତାଙ୍କର ଜାମିନ ମିଳିଥିଲେ ମଧ୍ୟ କୋର୍ଟ କଚେରୀ ବନ୍ଦ ରହିବାରୁ କେତେକ ଆଇନଗତ ଔପଚାରିକତା ଅଟକି ଯିବାରୁ ସେ ଜେଲରୁ ବାହାରି ପାରୁନାହାନ୍ତି। ଠିକ ସେହି ଭଳି ଏହି ଅଞ୍ଚଳର ସୂର୍ଯ୍ୟ ମୁଣ୍ଡାଙ୍କ ଦିଅର ମଧ୍ୟ ଜାମିନ ପାଇଁ ପାଇଥିଲେ ମଧ୍ୟ ଜେଲରୁ ବାହାରି ପାରୁନାହାନ୍ତି।

ଚଳିତ ବର୍ଷ ଜାନୁୟାରୀ ପହିଲାରୁ କୋର୍ଟ କଚେରୀ ଖୋଲିଥିବାରୁ ଅନେକ ମାମଲ ବିଚାର ହୋଇଥିଲା। ବର୍ତ୍ତମାନ ଲକଡାଉନ ସମୟରେ ମଧ୍ୟ ଅପରାଧ ବଢୁଥିବାରୁ ଜେଲରେ କଏଦୀ ସଂଖ୍ୟା ମଧ୍ୟ ବଢୁଛି । ଅନେକ ଅପରାଧ ପାଇଁ କମ ସମୟ ପାଇଁ ଜେଲରେ ରହିବାର ଥିଲେ ମଧ୍ୟ ବର୍ତ୍ତମାନ କୋର୍ଟ କଚେରୀ ବନ୍ଦ ଯୋଗୁଁ ଜେଲ ଚାରି କାନ୍ଥରେ ଆବଦ୍ଧ ରହୁଛନ୍ତି ଅନେକ ଲୋକ।

ତେବେ କେବଳ କୋର୍ଟ-କଚେରୀ ବନ୍ଦ ହେବାରୁ ମାମଲା ସ୍ଥଗିତ ରହୁନାହିଁ । ଅନେକ ଥର ମାମଲାର ବିଚାର ସମୟରେ ଦୁଇ ପକ୍ଷରୁ ସାକ୍ଷୀ ଠିକ ସମୟରେ ଆସିନଥିବାରୁ ତଥା ପୋଲିସ ଠିକ ସମୟରେ ଚାର୍ଜସିଟ ଦାଖଲ କରି ନପରିବାରୁ ଅନେକ ମାମଲା ଅଟକି ରହୁଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.