ETV Bharat / state

କୋରୋନା ଭୟ, ଆସନ୍ତା 15 ଦିନ ପାଇଁ ଓକିଲ ସଂଘର ସଟଡାଉନ - lawyers' union has 15-day shutdown

କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସମ୍ବଲପୁର ଓକିଲ ସଂଘର 15 ଦିନିଆ ସଟଡାଉନ ଘୋଷଣା । ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

due to corona lawyers' union has 15-day shutdown from tomorrow
କୋରୋନା ଭୟ, ଆସନ୍ତା 15 ଦିନ ପାଇଁ ଓକିଲ ସଂଘର ସଟଡାଉନ
author img

By

Published : May 13, 2021, 8:09 PM IST

ସମ୍ବଲପୁର: କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ସମ୍ବଲପୁର ଓକିଲ ସଂଘର 15 ଦିନିଆ ସଟଡାଉନ ଘୋଷଣା । ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୂଚନା ଦେଇଛନ୍ତି । ଯାହାକୁ ନେଇ ଓକିଲ ସଂଘ ପକ୍ଷରୁ ଲିଖିତ ଭାବେ ମାନ୍ୟବର ଜିଲ୍ଲା ଜଜଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି ।

କୋରୋନା ଭୟ, ଆସନ୍ତା 15 ଦିନ ପାଇଁ ଓକିଲ ସଂଘର ସଟଡାଉନ

ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣରେ ବ୍ରେକ ଦେବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଜାରି ରଖିଛି । ତେବେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସି ପାରୁନଥିବାରୁ ଏବେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ମଧ୍ୟ 15 ଦିନିଆ ସଟ ଡାଉନ ଘୋଷଣା କରିଛି । ଫଳରେ ସମ୍ବଲପୁର ବାର ଆସୋସିଏସନ 15 ଦିନ ଯାଏଁ ବନ୍ଦ ରହିବ ବୋଲି ଓକିଲ ସଂଘର ସଭାପତି ପ୍ରମୋଦ ରଥ ସୂଚନା ଦେଇଛନ୍ତି । ଏହାଦ୍ୱାରା କୋର୍ଟ କଚେରୀ ଜନିତ କୌଣସି କାର୍ଯ୍ୟରେ କୌଣସି ଓକିଲ ଭାଗ ନେବେ ନାହିଁ ।

ଜିଲ୍ଲାରେ ଏବେ ଉପରମୁହାଁ କୋଭିଡକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଗତ କିଛି ଦିନ ହେବେ ସମ୍ବଲପୁର ସାରା ଓଡ଼ିଶାରେ କୋଭିଡର ହଟସ୍ପଟ ଜିଲ୍ଲା ଭାବରେ ପରିଚିତ ହୋଇସାରିଛି । ତେଣେ ଗତ ଏକସପ୍ତାହ ମଧ୍ୟରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ବହୁ ଓକିଲ କୋଭିଡ ପଜିଟିଭ ହେବା ସହ ଦୁଇଜଣ ଓକିଲଙ୍କ ଜୀବନ ମହାମାରୀ କୋଭିଡ ନେଇସାରିଛି ।

ତେଣୁ ଆଗକୁ ଯେପରି ସଂକ୍ରମଣ ନ ବ୍ୟାପିବ, ସେଥିପାଇଁ ଜିଲ୍ଲା ଓକିଲ ସଂଘକୁ ଆସନ୍ତା କାଲି ଠାରୁ 15 ଦିନ ପାଇଁ ସଟଡାଉନ କରିଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ ରଥ । ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇ ଜିଲ୍ଲାର ମାନ୍ୟବର ବିଚାରପତିଙ୍କୁ ମଧ୍ୟ ଅବଗତ କରାଯାଇଛି ବାେଲି କହିଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ ରଥ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.