ETV Bharat / state

ସମ୍ବଲପୁର ଚାଷୀଙ୍କ ପାଇଁ ଖୁସି ଖବର, ଜିଲ୍ଲାରେ ପ୍ରତିଷ୍ଠା ହେବ କିଷାନ ଡ୍ରୋନ କାରଖାନା

author img

By

Published : Aug 9, 2023, 9:22 PM IST

ସମ୍ବଲପୁର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି କିଷାନ ଡ୍ରୋନ କାରଖାନା । ଏହି ଖବର ପାଇବା ପରେ କୃଷକମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ପ୍ରତିଷ୍ଠା ହେବ କିଷାନ ଡ୍ରୋନ କାରଖାନା

ସମ୍ବଲପୁର: ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି କିଷାନ ଡ୍ରୋନ କାରଖାନା । ଏହାଦ୍ବାରା ସମ୍ବଲପୁର ଓ ଆଖପାଖ ଅଞ୍ଚଳର ଚାଷୀମାନେ ବେଶ ଉପକୃତ ହେବେ । କାରଣ କିଷାନ ଡ୍ରୋନ ଜରିଆରେ ଅତି ସହଜରେ ସାର ସିଞ୍ଚନ ଓ ମଞ୍ଜି ବୁଣା ହୋଇପାରିବ । ଏହା ଦ୍ୱାରା କୃଷି କାର୍ଯ୍ୟ ସହଜ ହେବ ବୋଲି ସୂଚନା ଦିଆଯାଇଛି । ଏହି ଖବର ପାଇବା ପରେ କୃଷକମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଆଗକୁ କୃଷକମାନଙ୍କ ଚାଷ କାର୍ଯ୍ୟ ପାଇଁ ଏକ ସ୍ଵତନ୍ତ୍ର ଡ୍ରୋନ କାରଖାନା ସ୍ଥାପିତ ହେବାକୁ ଯାଉଥିବା ନେଇ ସମ୍ବଲପୁରର ଏକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଡ୍ରୋନ କାରଖାନାରେ ସମ୍ବଲପୁରର ଏରୋ ଏଗ୍ରୋ ଇନୋଭେସନ, କେରଳର ଗ୍ଲୋବାଲ ଏରୋସ୍ପେଶ୍‌ ଓ ମହାରାଷ୍ଟ୍ର ପୁଣେର ବିହାନ ସ୍ପେଶ୍‌ଟେକ୍ ମିଳିତ ଭାବେ କାମ କରିବେ । ଏହି କିଷାନ ଡ୍ରୋନକୁ ସ୍ଵତନ୍ତ୍ର ଭାବେ ଚାଷ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି । ମୁଖ୍ୟତଃ ଚାଷ କାର୍ଯ୍ୟ ସମୟରେ ଫସଲକୁ କୀଟ ପତଙ୍ଗ ଆଦିରୁ ରକ୍ଷା କରିବା ପାଇଁ ପାରମ୍ପରିକ ପନ୍ଥା ଅନୁସାରେ କୀଟନାଶକ ପ୍ରୟୋଗ ସମୟରେ ଚାଷୀର ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ । ଏହାସହ ସାର ସିଞ୍ଚନ ସମୟରେ ମଧ୍ୟ ଅଧିକ ସମୟ ଲାଗିଥାଏ। ତେବେ ଏହି ଯନ୍ତ୍ର ସାହାଯ୍ୟରେ ଅତି କମ ସମୟ ମଧ୍ୟରେ ସାର ସିଞ୍ଚନ, କୀଟନାଶକ ସିଞ୍ଚନ ତଥା ମଞ୍ଜି ବୁଣାଯାଇପାରିବ ।

ଏହା ବି ପଢନ୍ତୁ...NIT ଛାତ୍ରଙ୍କ ନିଆରା ଉଦ୍ଭାବନ ‘କୃଷି’: ଚାଷୀଙ୍କ ଦୁଃଖ ବୁଝିବ, ଚାଷକାର୍ଯ୍ୟରେ ସହାୟକ ହେବ

ଏହାଦ୍ବାରା ଶ୍ରମିକଙ୍କ ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । 1 ଏକର ଜମିରେ ସାର ସିଞ୍ଚନ ଓ କୀଟନାଶକ ସିଞ୍ଚନ କରିବା ପାଇଁ ମାତ୍ର ୫ରୁ ୧୦ ମିନିଟ ସମୟ ଲାଗିବ । ଏହାସହ ୧ ଏକର ଜମି ପାଇଁ ଚାଷୀକୁ ମାତ୍ର ୫୦୦ ଟଙ୍କାରୁ ୮୦୦ ଟଙ୍କା ଭଡ଼ା ଦେବାକୁ ପଡିବ। ଏହାସହ ଡ୍ରୋନ ମାଧ୍ୟମରେ ଫସଲ ସର୍ବେକ୍ଷଣ ସମ୍ବନ୍ଧିତ ଅନ୍ୟାନ୍ୟ ସୂଚନା ମଧ୍ୟ ଚାଷୀ ପାଇପାରିବ । ସମ୍ବଲପୁରରେ ଏହି କାରଖାନା ପ୍ରତିଷ୍ଠା ହେଲେ କମ୍ପାନୀ ପକ୍ଷରୁ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଏହାର ପରିଚାଳନା ନେଇ ତାଲିମ ଦିଆଯିବ । ଯାହା ଫଳରେ ଗ୍ରାମାଞ୍ଚଳର ଯୁବକମାନେ ଆତ୍ମନିଯୁକ୍ତି ପାଇପାରିବେ ।

ଏହା ବ୍ୟତୀତ କୌଣସି ଯୁବକ ଚାହିଁଲେ ନିଜେ ଏହାକୁ ୫ ଲକ୍ଷରୁ ୭ ଲକ୍ଷ ମଧ୍ୟରେ ଏହାକୁ କିଣିପାରିବ ବୋଲି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସମ୍ବଲପୁରରେ ଏହି କିଷାନ ଡ୍ରୋନ୍‌ କାରଖାନା ପ୍ରତିଷ୍ଠା କରାଯିବାର ପ୍ରେରଣା ମିଳିଥିବା ସୂଚନା ଦିଆଯାଇଛି । ଏହା ଦ୍ୱାରା ସ୍ଥାନୀୟ କୃଷକ ବେଶ ଉପକୃତ ହେବେ ବୋଲି ଆଶା କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଏମ ଆର କେ ମେନନ୍, ଏରୋ ସ୍ପେଶ୍‌ ଇଞ୍ଜିନିୟର ରାଜେଶ ମୁନେଶ୍ୱର, ପ୍ରଫେସର ହରିଶ ସାହୁ, ପ୍ରଫେସର ନୂତନ ଶାହା, ବିଶାଳ ଲୋହାନା, ଜୟରାମ ନିଲୋରୀ, ଆକିବ ଶୟଦ ଓ ଏରୋ ଏଗ୍ରୋ ସଂସ୍ଥାର ନିର୍ଦ୍ଦେଶକ ସମରଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.