ETV Bharat / state

ପ୍ଲଟିଂ ପାଇଁ ପ୍ରାକୃତିକ ନାଳକୁ ପୋତିଦେଲେ ଜମି ମାଫିଆ, ଲୋକେ ହନ୍ତସନ୍ତ

ସକ୍ରିୟ ହେଉଛନ୍ତି ଜମି ମାଫିଆ । ପ୍ଲଟିଂ ପାଇଁ ପ୍ରାକୃତିକ ନାଳକୁ ପୋତିଦେଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

author img

By

Published : Dec 25, 2022, 11:27 AM IST

land plotting
ଜମି ପ୍ଲଟିଂ
ପ୍ଲଟିଂ ପାଇଁ ପ୍ରାକୃତିକ ନାଳକୁ ପୋତିଦେଲେ ଜମି ମାଫିଆ

ସମ୍ବଲପୁର: ସହରରେ ସକ୍ରିୟ ଜମି ମାଫିଆ । ବିଚ୍ଛିନ୍ନ ସ୍ଥାନରେ ଥିବା ଜମିକୁ ପ୍ଲଟିଂ କରି ବିକ୍ରି କରିବାକୁ ପ୍ରାକୃତିକ ନାଳକୁ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ରେମେଡ ବଢ଼େଇପଡା ଅଞ୍ଚଳରେ ବହି ଯାଇଥିବା କଦମମାଲ ମଣ୍ଡାଉହୁଲା ପ୍ରାକୃତିକ ନାଳକୁ କେତେକ ଅସାଧୁ ବ୍ୟକ୍ତି ପୋତି ଦେଇଥିବା ଦେଖିବାକୁ ମିଳିଛି । ନାଳର ଅନ୍ୟପଟେ ପ୍ଲଟିଂ କରାଯାଉଥିବା ବେଳେ ସେହି ସ୍ଥାନକୁ ସଂଯୋଗ କରୁଥିବା ବାଟରେ ଏହି ନାଳଟି ପଡ଼ିଥାଏ । ତେଣୁ ନାଳର 80 ଭାଗକୁ ମାଟି ପକାଇ ପୋତି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Merry Christmas: ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ, ଚାରିଆଡେ ସେଲିବ୍ରେସନ

ସମ୍ବଲପୁର ରେମେଡ ଅଞ୍ଚଳର କଦମମାଲର ଅଞ୍ଚଳ ଦେଇ ବହି ଯାଇଥିବା ମଣ୍ଡା ଉହୁଲା ନାଳକୁ କେତେକ ଅସାଧୁ ଜମି ବ୍ୟବସାୟୀ ପୋତି ଦେଇଥିବା ଅଭିଯୋଗ ହୋଇଛି । ନାଳର ଅନ୍ୟପଟେ ଶହ ଶହ ଏକର ଜମି ପ୍ଲଟିଂଚାଲିଛି । ପ୍ଲଟିଂ ସ୍ଥଳକୁ ଯିବା ବାଟରେ ଏହି ପ୍ରାକୃତିକ ନାଳ ପଡ଼ୁଥିବାରୁ ଏହା ଉପରେ ରାତା ରାତି ମାଟି ପୋତି ଦିଆଯାଇଛି । ଫଳରେ ଉଭୟ ପାର୍ଶ୍ଵରେ ମଇଳା ପାଣି ଜମି ଗଲାଣି । ନାଳ ଉପରେ ଗାଧୋଇବା ପାଇଁ ନିର୍ଭର କରୁଥିବା ସ୍ଥାନୀୟ ଗରିବ ଲୋକେ ଚିନ୍ତାରେ ପଡିଛନ୍ତି । ସେମିତି ବି ପୂର୍ବରୁ ପ୍ରାକୃତିକ ନାଳ ଗୁଡିକ ଜବର ଦଖଲ ଯୋଗୁଁ ସମ୍ବଲପୁର ସହରରେ ବର୍ଷା ଦିନେ ଟିକିଏ ବର୍ଷାରେ ପାଣି ଜମି ବନ୍ୟା ହୋଇଥାଏ । ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, " ମାଟି ପକାଇ ପୋତି ଦେବାରୁ ବିଭିନ୍ନ ସମସ୍ୟା ଦେଖାଦେଇଛି । ଅପରିଷ୍କାର ପାଣି ଜମା ହେବା ଯୋଗୁଁ ଗାଧୋଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ହେବ ଏଭଳି ସମସ୍ୟା ସହ ଜୁଝି ହେଉଛୁ ।"

ଏହା ମଧ୍ୟ ପଢ଼ନ୍ତୁ: Year Ender 2022: କର୍ପୋରେଟ ଜଗତରେ ଖେଳିଗଲା ଦୁଃଖର କଳାବାଦଲ, ଦୁନିଆ ଛାଡିିଥିଲେ ବଡ ବଡ ହସ୍ତୀ

ବର୍ତ୍ତମାନ ଏହି ନାଳକୁ ପୋତି ଦିଆଯାଇଥିବାରୁ ସ୍ଥାନୀୟ ଲୋକେ ପଛୁଆ ପାଣି ବନ୍ୟା ସମସ୍ୟାର ଆଶଙ୍କା କରିଛନ୍ତି । ତେଣୁ ସ୍ଥାନୀୟ ଲୋକେ ଏହା ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ଆଗରେ ଦାବି କରିଛନ୍ତି । ଅନ୍ୟପଟେ ସମସ୍ୟାର ତଦନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉ ଓ ନାଳ ପୋତିବା ପାଇଁ ପ୍ରଶାସନର ଅନୁମତି ଅଛି ନା ନାହିଁ ତାହା ତଦନ୍ତ ହେଉ ବୋଲି ଦାବି କରିଛି ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.