ସମ୍ବଲପୁର: ସୋମବାର ସମ୍ବଲପୁରର ସୁନାପଲି ଅଞ୍ଚଳରେ ବିଜେଡି ପକ୍ଷରୁ କୋରୋନା ସଚେତନ ସଭା ଅନୁଷ୍ଠିତ ହୋଇଛି । ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ସଚେତନ କାର୍ଯ୍ୟକ୍ରମ ହୋଇଛି । ଏଥିରେ ପୂର୍ବତନ ବିଧାୟିକା କୋରୋନା ମୁକାବିଲା ନେଇ ଜନ ସଚେତନ କରାଇଛନ୍ତି ।
ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅକ୍ଟୋବର ମାସରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ ବ୍ୟାପି କୋରୋନା ସଚେତନ କାର୍ଯ୍ୟକ୍ରମ ହେଉଛି । ଏହି କ୍ରମରେ ସମ୍ବଲପୁରରେ ମଧ୍ୟ ଜିଲ୍ଲା ବିଜେଡି ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳରେ କରାଯାଉଛି ।

ତେବେ ଆଜି ସୁନାପାଲିରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଛି । ଏଥିରେ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇ ମାସ୍କ ବଣ୍ଟନ ସହ କୋରୋନା ଯୋଦ୍ଧାକୁ ସମ୍ମାନିତ କରିଥିଲେ ।
