ETV Bharat / state

ବିବାହର 4 ବର୍ଷ ପରେ ବି ଯୌତୁକ ପାଇଁ ନିର୍ଯାତନା ଅଭିଯୋଗ - incident

ସମ୍ବଲପୁର: ଏବେ ବି ଥମିନି ଯୌତୁକ ନିର୍ଯାତନା। ବିବାହର ଦୀର୍ଘ ଦିନ ପରେ ମଧ୍ୟ ଏହି ଯୌତୁକ ଲୋଭୀ ରାକ୍ଷସମାନେ ଚଳେଇଛନ୍ତି ନିର୍ଯାତନାର ହୁକୁମ। ଏପରି ଏକ ଅଘଟଣ ଘଟିଛି ସମ୍ବଲପୁର ହୀରାକୁଦ ଅଞ୍ଚଳରେ।

ଫଟୋ ସୌଜନ୍ୟ: ସମ୍ୱାଦଦାତା ସମ୍ବଲପୁର
author img

By

Published : Feb 10, 2019, 11:59 PM IST

ବାହାଘରର ଦୀର୍ଘ 4 ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ବଶୁରଘର ପକ୍ଷରୁ ଯୌତୁକ ଆଶା ରଖି ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀ ମହିଳା ଜଣକ ହେଉଛନ୍ତି ଶୁଭଲକ୍ଷ୍ମୀ ଜେନା। ତାଙ୍କ ସ୍ୱାମୀ ଦିଲ୍ଲୀପ ଜେନା ଏପରି ନିର୍ଯାତନା ଦେଉଥିବା ସମ୍ବଲପୁର ମହିଳା ଥାନାରେ ସେ ଅଭିଯୋଗ କରିଛନ୍ତି।

ମହିଳାଙ୍କ କହିବା ଅନୁସାରେ, 4 ଜୁନ 2015 ମସିହାରେ ସେ ହୀରାକୁଦର ଦିଲ୍ଲୀପ ଜେନାଙ୍କୁ ବିବାହ କରିଥିଲେ। ତେବେ ବିବାହର 8 ଦିନ ପରେ ବିଭିନ୍ନ ସମୟରେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଶାଶୁଘର ଲୋକେ ଦେଉଥିବାର ଏତଲାରେ ଉଲ୍ଲେଖ ରହିଛି। ତେବେ ବର୍ତ୍ତମାନ ନିର୍ଯାତନାର ସୀମା ଟପିଯିବାରୁ ସେ ଆସି ସମ୍ବଲପୁର ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଆଇନଜୀବୀ ମାନସ ଦାସ

ଭୁବନେଶ୍ବର: ବିଜୁ ଜନତା ଦଳର ନୀତି ଓ ଆଦର୍ଶ ଯୋଗୁଁ ଟାଣି ହୋଇଆସୁଛନ୍ତି ଶତାଧିକ କର୍ମୀ । ଏହାର ସୁଶାସନ ଯୋଗୁଁ ଦଳରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ତଥା ଆଇନଜୀବୀ ମାନସ ଦାସ । ତେବେ ମାନସଙ୍କ ସହ ଦଳରେ ସାମିଲ ହୋଇଛନ୍ତି ଶତାଧିକ କର୍ମକର୍ତ୍ତା । 

ସୂଚନା ଅନୁଯାୟୀ ରବିବାର ଦଳୀୟ କାର୍ଯ୍ୟାଳୟରେ ମାନସ ଓ ତାଙ୍କର ହଜାର ହଜାର ସମର୍ଥକ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ବିଜେଡିର ସୁଶାସନ ଭଲ ଲାଗିଥିବାରୁ ମାନସ ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ମାନସ ଓ ତାଙ୍କ ପତ୍ନୀ ଦଳରେ ସାମିଲ ହେବା ଦ୍ବାରା ଦଳ ଆହୁରି ମଜବୁତ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି । ଏଥିସହ ଏହି ମିଶ୍ରଣ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳକୁ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ନ୍ୟୁଜ୍‌

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.