ସମ୍ବଲପୁର: ବୁର୍ଲା ମେଡିକାଲରେ ଏମଆରଆଇ ସେବା ନାଁରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ବୁର୍ଲା ମେଡିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନି ।
ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଅଭିଯୋଗ ଅନୁସାରେ, ରୋଗୀଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଏମଆରଆଇ ପରୀକ୍ଷଣ ପାଇଁ ଡାକ୍ତର ପ୍ରେସକ୍ରିପ୍ସନରେ ଲେଖୁଥିବା ବେଳେ ଏଆରଆଇରେ କାର୍ଯ୍ୟରତ କର୍ମଚାରୀ ନିଜ ଇଚ୍ଛା ମୁତାବକ ବିଭିନ୍ନ ପ୍ରକାର ପରୀକ୍ଷଣ କରୁଛନ୍ତି । ଏହଦ୍ବାରା ଗୋଟିଏ ରୋଗୀ ପିଛା 3 ଗୁଣରୁ 4 ଗୁଣ ପର୍ଯ୍ୟନ୍ତ ଅଧିକ ବିଲ୍ କରି ସରକାରୀ ଟଙ୍କା ହଡପ କରାଯାଉଛି ।
ଏନେଇ ସେମାନେ ବୁର୍ଲା ମେଡିକାଲର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବାର କହିଛନ୍ତି । ସେପଟେ ଘଟଣାର ତଦନ୍ତ ହେବ ବୋଲି ବୁର୍ଲା ମେଡିକାଲର ଅଧିକ୍ଷକ ଜୟଶ୍ରୀ ଦୋରା କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ