ETV Bharat / state

ଡିଏମଏଫ ପାଣ୍ଠିରୁ ରେଙ୍ଗାଲି ବ୍ଲକକୁ 60 ପ୍ରତିଶତ ଦିଆଯାଉ: ବିଧାୟକ ନାଉରୀ ନାଏକ - ସମ୍ବଲପୁରରେ ଡିଏମଏଫ ବୈଠକ

ସମ୍ବଲପୁରରେ ଡିଏମଏଫ ବୈଠକ। ଜିଲ୍ଲାର ଡିଏମଏଫ ପାଣ୍ଠିର 60 ପ୍ରତିଶତ ରେଙ୍ଗାଲି ବ୍ଲକକୁ ଦିଆଯାଉ ବୋଲି ଦାବି କଲେବିଧାୟକ ନାଉରୀ ନାଏକ l ଅଧିକ ପଢନ୍ତୁ

dmf annual meeting held in sambalpur
dmf annual meeting held in sambalpur
author img

By

Published : Apr 7, 2023, 3:09 PM IST

ଡିଏମଏଫ ପାଣ୍ଠିରୁ ରେଙ୍ଗାଲି ବ୍ଲକକୁ 60 ପ୍ରତିଶତ ଦିଆଯାଉ

ସମ୍ବଲପୁର: ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ ମିିଟିଂ ବା ଡିଏମଏଫ ବୈଠକ । ଦୀର୍ଘ ଦିନ ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସମେତ ଡିଏମଏଫ ସମ୍ପର୍କିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ଡିଏମଏଫ ପାଣ୍ଠିର 60 ପ୍ରତିଶତ ରେଙ୍ଗାଲି ବ୍ଲକକୁ ଦିଆଯାଉ ବୋଲି ଦାବି କରିଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ।

ଏହା ମଧ୍ୟ ପଢନ୍ତୁ-ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ, ଶିକ୍ଷା ନିର୍ଦ୍ଦେଶାଳୟକୁ ଘେରିଲା ଅଭିଭାବକ ମହାସଂଘ

ରେଙ୍ଗାଲି ଓ ଧନକଉଡା ବ୍ଲକ ଖଣି ପ୍ରଭାବିତ ଆଞ୍ଚଳର ଲୋକଙ୍କ ପାଇଁ ଜୀବନ ଜୀବିକା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା, ଶିକ୍ଷା, ମହିଳା ଏବେ ଶିଶୁ ସୁରକ୍ଷା ଓ ଉନ୍ନତିକରଣ, ଦକ୍ଷତା ବିକାଶ, ପରିବେଶ ସୁରକ୍ଷା, ଗରିବ ହିତାଧିକାରୀଙ୍କ ପାଇଁ ଗୃହ ନିର୍ମାଣ, ସଡ଼କ ନିର୍ମାଣ ଆଦି କାର୍ଯ୍ୟ ପାଇଁ କେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ଏଗୁଡିକ ସମ୍ପୂର୍ଣ୍ଣ ହୋଇଛି କି ନାହିଁ ସେନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଏଥିସହ ନୂତନ ପ୍ରକଳ୍ପ ଗୁଡ଼ିକ ପାଇଁ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମକୁ ନଂ-1 ଜିଲ୍ଲା କରିବା ପାଇଁ ମିଳୁଥିବା ପ୍ରତିଶ୍ରୁତି ପୂରଣ ହୋଇନି: ବିଜୟ ପଟ୍ଟନାୟକ

ରେଙ୍ଗାଲି ବ୍ଲକ ଅଞ୍ଚଳରେ ଅଧିକାଂଶ ପ୍ରକଳ୍ପ ସମ୍ପୂର୍ଣ୍ଣ ନହୋଇ ଅଧା ହୋଇ ପଡିଥିବାରୁ ଏନେଇ କ୍ଷୋଭ ପ୍ରକାଶ କରିଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ। ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନାନ୍ୟା ଦାସ କହିଛନ୍ତି ଯେ ଯେଉଁ ସବୁ ପ୍ରକଳ୍ପ ପାଇଁ ଟେଣ୍ଡର ହୋଇ କାର୍ଯ୍ୟାଦେଶ ଆସିଛି ସେଥିପାଇଁ ପାଣ୍ଠି ପ୍ରଦାନ କରାଯାଇଛି । ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି ଯେ, "ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅଞ୍ଚଳରେ ସବୁ ଖଣି ଖଦାନ ରହିଛି, ଏହି ସ୍ଥାନର ଲୋକ ସବୁଠୁ ଅଧିକ ବିସ୍ଥାପିତ ଓ ପ୍ରଭାବିତ ହୋଇଛନ୍ତି, ଏହି ଅଞ୍ଚଳରେ ସବୁଠାରୁ ଅଧିକ ଜଙ୍ଗଲ କଟିଛି, ସେଥିପାଇଁ ଉକ୍ତ ଅଞ୍ଚଳରେ ଡିଏମଏଫ ପାଣ୍ଠିର 60 ପ୍ରତିଶତ ଟଙ୍କା ଖର୍ଚ୍ଚ କରାଯାଉ । ସୂଚନାଯୋଗ୍ୟ ଯେ, ଓଡିଶା ଜିଲ୍ଲା ମିନେରାଲ୍ ଫାଉଣ୍ଡେସନ-2015, sec- 9B, MMDR Act 1957 ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନୁଯାୟୀ ଡିଏମଏଫ ଟ୍ରଷ୍ଟ ଗଠନ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.