ସମ୍ବଲପୁର: ଚଳିତ ବର୍ଷ ଶୀଘ୍ର ଖୋଲିଛି ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ । ମୁଖ୍ୟତଃ ବର୍ଷା ଋତୁ ଆସିଲେ ବନ୍ୟା ଜଳ ପରିଚାଳନା ପାଇଁ ଏହି କଣ୍ଟ୍ରୋଲ ରୁମ ଖୋଲା ଯାଇଥାଏ, ତେବେ ଏଥର ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ସକାଳ ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର 609.54 ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 4751 କ୍ୟୁସେକ ଜଳ ପ୍ରବେଶ କରୁଛି ଓ କେନାଲ ଓ ପାୱାର କେନାଲ ଜରିଆରେ ସେକେଣ୍ଡ ପ୍ରତି 12831 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
![District administration informs , opening of Hirakud Reservoir Control room, ଖୋଲିଲା ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ, ସମ୍ବଲପୁର ଖବର, Sambalpur News](https://etvbharatimages.akamaized.net/etvbharat/prod-images/od-sam-02-hirakud-control-room-opened-early-thisyear-avb-7202776_05062020192737_0506f_03083_545.jpg)
ଏପଟେ ବୁର୍ଲାର ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ 75.542 ମେଗାୱାଟ ବିଦ୍ୟୁତ ଓ ଚିପିଲିମା କେନ୍ଦ୍ରରୁ 41.081 ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଥିବାର ସୂଚନା ଦିଆଯାଇଛି ।
![District administration informs , opening of Hirakud Reservoir Control room, ଖୋଲିଲା ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ, ସମ୍ବଲପୁର ଖବର, Sambalpur News](https://etvbharatimages.akamaized.net/etvbharat/prod-images/od-sam-02-hirakud-control-room-opened-early-thisyear-avb-7202776_05062020192737_0506f_03083_982.jpg)
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ