ETV Bharat / state

ମହମ୍ମଦପୁରରେ ହଇଜା ଆତଙ୍କ: 43 ଆକ୍ରାନ୍ତ, କାହାର ମୃତ୍ୟୁ ଘଟିନଥିବା ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ - କାହାର ମୃତ୍ୟୁ ଘଟିନଥିବା ସ୍ପଷ୍ଟ କଲା ସ୍ବାସ୍ଥ୍ୟ ବିଭାଗ

ସମ୍ବଲପୁର ମହମ୍ମଦପୁର ଗ୍ରାମରେ ଡାଇରିଆ ଆତଙ୍କ । ଗ୍ରାମର ପାଖାପାଖି 43 ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା । ଅଧିକ ପଢ଼ନ୍ତୁ

ସମ୍ବଲପୁର ମହମ୍ମଦପୁର ଗ୍ରାମରେ ଡାଇରିଆ ଆତଙ୍କ
ସମ୍ବଲପୁର ମହମ୍ମଦପୁର ଗ୍ରାମରେ ଡାଇରିଆ ଆତଙ୍କ
author img

By ETV Bharat Odisha Team

Published : Oct 21, 2023, 5:41 PM IST

ସମ୍ବଲପୁର ମହମ୍ମଦପୁର ଗ୍ରାମରେ ଡାଇରିଆ ଆତଙ୍କ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁ ଅଞ୍ଚଳରେ ଡାଇରିଆ ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ଗାଁର 43 ଜଣ ବ୍ୟକ୍ତି ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇ ସାରିଛନ୍ତି । ଏପରିକି ଜଣେ ହଇଜାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛି ବ୍ୟକ୍ତି ଜଣକ ନିମୋନିଆରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ଦେଇଛି ।

ମୃତ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରୁଥିବା ଯୋଗୁଁ ତାଙ୍କର ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି l ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ମହମ୍ମଦପୁର ଗାଁ ପରିଦର୍ଶନ କରି ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ହଇଜା ରୋକିବା ପାଇଁ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ସେବନ କରିବାକୁ ପରାମର୍ଶ ଦିଆଯିବା ସହ ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବାକୁ କୁହାଯାଇଛି । ଏହାସହ ଲୋକମାନଙ୍କୁ ଜଳ ବିଶୋଧନକାରୀ ବଟିକା ମଧ୍ୟ ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ...ସୁବର୍ଣ୍ଣପୁରରେ ଡାଇରିଆ ଆତଙ୍କ, ଦେଢ ମାସରେ ଗଲାଣି 3 ଜୀବନ !

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର ସତ୍ୟନାରାୟଣ ସାହୁ କହିଛନ୍ତି, ‘‘ଡାଇରିଆ ପାଇଁ କାହାର ମୃତ୍ୟୁ ଘଟିନାହିଁ । ସ୍ବାସ୍ଥ୍ୟ ବିଭାଗର ଟିମ୍ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଲୋକଙ୍କୁ ସଚେତନ କରୁଛି । ବିଶୁଦ୍ଧ ପାନୀୟ ଜଳ ସେବନ କାରଣରୁ ଏହା ଘଟୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସ୍ଥାନୀୟ ଲୋକ ଏହି ଅଞ୍ଚଳରେ ଯାଇଥିବା କେନାଲର ପାଣି ଗାଧୋଇବା ସହ ଏହି ପାଣିକୁ ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଯାହା ଫଳରେ ଏହି ରୋଗ ବ୍ୟାପିଛି l ଏହାସହ ଏହି କେନାଲର ପାଣିର ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି । ତେବେ ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଓ ସ୍ୱାଭାବିକ ରହିଛି । ବିଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ପରାମର୍ଶ ଦିଆଯିବା ସହ ପାଣିକୁ ବିଶୁଦ୍ଧ କରିବା ପାଇଁ ବଟିକା ମଧ୍ୟ ପ୍ରଦାନ କରାଯାଇଛି । ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ମନିଟରିଂ କରାଯାଉଛି । ’’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.