ETV Bharat / state

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି, 21ରୁ 21 ଆସନ ଜିତିବ ବିଜେପି

ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି 21 ରୁ 21 ଲୋକସଭା ଆସନ ଜିତିବ।

author img

By

Published : Apr 15, 2019, 11:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ରୋଡ଼ ସୋ। ସୋମବାର ସନ୍ଧ୍ୟା ପ୍ରାୟ 7ଟା ରୁ ଏହି ରୋଡ଼ ସୋ ସମ୍ବଲପୁର କୁଞ୍ଜେଲ ସିଂ ଛକରୁ ଆରମ୍ଭ ହୋଇ ସାନ ସଡକ, ପଟ୍ଟନାୟକ ପଡା, ମହାନ୍ତି ପଡା, ଗୁରୁପଡା, ବୈଦ୍ୟନାଥ ଛକ, ଗେଟି ଟକିଜ ରୋଡ଼, ଗୋଲବଜାର ଦେଇ ସମ୍ବଲପୁର ମୋଦିପଡା ଛକ ପର୍ଯ୍ୟନ୍ତ ଚାଲିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ମୋଦିପଡା ଠାରେ ପହଞ୍ଚି ଏଠାରେ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହା ଶେଷ ହୋଇଛି । ଏହି ରୋଡ଼ ସୋରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ପ୍ରମୁଖ ସାମିଲ ହେବାସହ ଶହ ଶହ ବିଜେପି କର୍ମୀ ମଧ୍ୟ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ସମ୍ବଲପୁର ରେମେଡ ଛକରୁ ସମଲେଶ୍ୱରୀ ମନ୍ଦିର ଦେଇ କୁଞ୍ଜଲ ସିଂ ଛକ ପର୍ଯ୍ୟନ୍ତ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି 21 ରୁ 21 ଲୋକସଭା ଆସନ ଜିତିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.