ETV Bharat / state

ବ୍ୟସ୍ତ ଥିଲେ ବାବା; ଟ୍ୟାଙ୍କର ଭର୍ତ୍ତି ଗଙ୍ଗାଜଳରେ ଗାଧୋଇଲେ ନନ୍ଦି - devotee pour water to bhagwan shivas ride nandi

ମୋଦିପଡାର ଜନୈକ ବ୍ୟବସାୟୀ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଏହି ମନ୍ଦିରରେ ଗଙ୍ଗା ଜଳରେ ଜଳାଭିଷେକ କରନ୍ତି। ଏଥର ମଧ୍ୟ ସେ ଜଳାଭିଷେକ କରିବେ ବୋଲି ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ତେବେ ସେ ଯେତେବେଳେ ଗଙ୍ଗାଜଳ ନେଇ ପହଞ୍ଚିଥିଲେ ସେତେବେଳେ ସେଠାରେ ଅନ୍ୟ ଜଣେ ଭକ୍ତ ରୁଦ୍ରାଭିଷେକ କରୁଥିଲେ। ଏହି ସମୟରେ ସେ ମନ୍ଦିର ଭିତରକୁ ଯିବାର ସୁବିଧା ନପାଇବାରୁ ବାହାରେ ଥିବା ନନ୍ଦୀଙ୍କୁ ଟ୍ୟାଙ୍କ ଭର୍ତ୍ତି ଗଙ୍ଗାଜଳରେ ଅଭିଷେକ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 19, 2019, 4:17 PM IST

Updated : Aug 19, 2019, 5:13 PM IST

ସମ୍ବଲପୁର: ଜଳପ୍ରିୟ ମହାଦେବ । ମହାଦେବଙ୍କୁ ପ୍ରସନ୍ନ ମନୋବାଞ୍ଛା ପୂରଣ ପାଇଁ ତାଙ୍କ ମସ୍ତକରେ ଜଳାଭିଷେକ କରନ୍ତି ଭକ୍ତ । ହେଲେ ଶିବଲିଙ୍ଗ ସମ୍ମୁଖରେ ସର୍ବଦା ବିଦ୍ୟମାନ ନନ୍ଦୀ ବୃଷଭକୁ ମହାଜଳାଭିଷେକ କରିଛନ୍ତି ଭକ୍ତ । ଟ୍ୟାଙ୍କ ଭର୍ତ୍ତି ଶୁଦ୍ଧ, ପୂତ ପବିତ୍ର ଗଙ୍ଗାଜଳରେ ନନ୍ଦୀ ମହାରାଜଙ୍କୁ ମହାସ୍ନାନ କରିଛନ୍ତି ଭକ୍ତ । ସମ୍ବଲପୁର ସୋମନାଥ ବାବା ମନ୍ଦିରରେ ଏଭଳି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ମହାଦେବଙ୍କ ପରିବର୍ତ୍ତେ ନନ୍ଦୀଙ୍କୁ ଜଳଶାୟୀ କରିବା ପଛରେ ରହିଛି ଏହି କାରଣ । ସମ୍ବଲପୁର ବାଳିବନ୍ଧା ସ୍ଥିତ ସୋମନାଥ ବାବା ମନ୍ଦିରର ଥିବା ନନ୍ଦି ଭଗବାନଙ୍କ ଉପରେ ସମ୍ବଲପୁରର ଜଣେ ଭକ୍ତ ଏକ ଟ୍ୟାଙ୍କର ଗଙ୍ଗା ଜଳରେ ସ୍ନାନ କରାଇଛନ୍ତି । ମୋଦିପଡାର ବ୍ୟବସାୟୀ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଏହି ମନ୍ଦିରରେ ଗଙ୍ଗା ଜଳରେ ଜଳାଭିଷେକ କରନ୍ତି । ଏଥର ମଧ୍ୟ ସେ ଜଳାଭିଷେକ କରିବେ ବୋଲି ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ତେବେ ସେ ଯେତେବେଳେ ଗଙ୍ଗାଜଳ ନେଇ ପହଞ୍ଚିଥିଲେ ସେତେବେଳେ ସେଠାରେ ଅନ୍ୟ ଜଣେ ଭକ୍ତ ରୁଦ୍ରଭିଷେକ କରୁଥିଲେ। ଏହି ସମୟରେ ସେ ମନ୍ଦିର ଭିତରକୁ ଯିବାର ସୁବିଧା ନପାଇବାରୁ ବାହାରେ ଥିବା ନନ୍ଦୀଙ୍କୁ ଟ୍ୟାଙ୍କ ଭର୍ତ୍ତି ଗଙ୍ଗାଜଳ ଅଭିଷେକ କରିଛନ୍ତି ।

ହେଲେ ଶିବଙ୍କ ବାହନ ନନ୍ଦି ଅର୍ଥାତ ବାସୁଆ ବଳଦକୁ ପୂଜା କଲେ ଜୀବନରେ ସୁଖ ସମୃଦ୍ଧି ବଢିଥାଏ ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ । ଶାସ୍ତ୍ର ମତେ ଯଦି ଆପଣ ନିଜର ମନୋକାମନାକୁ ନନ୍ଦୀ କାନରେ କହିବେ ନିଶ୍ଚିତଭାବେ ତାହା ଭଗବାନ ଶିବଙ୍କ ନିକଟରେ ପହଞ୍ଚିଥାଏ । ଏପରିସ୍ଥଳେ ମହାଦେବଙ୍କୁ ଜଳାଭିଷେକ କରି ନପାରିଥିଲେ ମଧ୍ୟ ନନ୍ଦୀ ମହାରାଜଙ୍କୁ ଜଳାଭିଷେକ କରି ମନସ୍କାମନା ପୂରଣ କରିଛନ୍ତି ବ୍ୟବସାୟୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ଏକ ଟ୍ୟାଙ୍କର ଗଙ୍ଗାଜଳରେ ନନ୍ଦୀଙ୍କ ଜଳଭିଷେକ କଲେ ବ୍ୟବସାୟୀ।ସମ୍ବଲପୁର ସୋମନାଥ ବାବା ମନ୍ଦିର ରେ ଘଟିଛି ଏହି ଘଟଣା।Body:ସମ୍ବଲପୁର ରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ସମ୍ବଲପୁର ବାଳିବନ୍ଧା ସ୍ଥିତ ସୋମନାଥ ବାବା ମନ୍ଦିରର ଥିବା ନନ୍ଦି ଙ୍କ ଉପରେ ସମ୍ବଲପୁର ର ଜଣେ ଭକ୍ତ 1 ଟ୍ୟାଙ୍କର ଗଙ୍ଗା ଜଳ ଢାଳିଛନ୍ତି। ସମ୍ବଲପୁର ମୋଦୀପଡା ର ବ୍ୟବସାୟୀ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଏହି ମନ୍ଦିରରେ ଗଙ୍ଗା ଜଳରେ ଜଳଭିଷେକ କରନ୍ତି।ଏଥର ମଧ୍ୟ ସେ ଜଳାଭିଷେକ କରିବେ ବୋଲି ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ ତେବେ ସେ ଯେତେବେଳେ ଗଙ୍ଗାଜଳ ନେଇ ପହଂଚିଲେ ସେତେବେଳେ ସେଠାରେ ଅନ୍ୟ ଜଣେ ଭକ୍ତ ରୁଦ୍ରଭିଷେକ କରୁଥିଲେ।ଏହି ସମୟରେ ସେ ମନ୍ଦିର ଭିତରକୁ ଯିବାର ସୁବିଧା ନପାଇବାରୁ ବାହାରେ ଥିବା ନନ୍ଦୀଙ୍କ ଉପରେ ସେ ସବୁ ପାଣି ଢାଳି ଦେଇଥିଲେ।ଏହା ସ୍ଥାନୀୟ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି।Conclusion:ବିଭିନ୍ନ ସ୍ଥାନରେ ଗଙ୍ଗା ଜଳ ବିକ୍ରି ହେଉଥିବା ବେଳେ ବ୍ୟବସାୟୀଙ୍କ ଏପରି ଭକ୍ତିରେ ନିଦର୍ଶନ ଏବେ ସମ୍ବଲପୁର ରେ ଚର୍ଚ୍ଚାର ବିଷୟ ହୋଉଛି।
Last Updated : Aug 19, 2019, 5:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.