ETV Bharat / state

କୃଷି ଆଇନ ପ୍ରତ୍ୟାହାର ଦାବି, ଘଣ୍ଟାଏ ଧରି ରାଜରାସ୍ତା ଜାମ୍ - ସମ୍ବଲପୁର

ଜିଲ୍ଲାରେ ଚାଷୀ ଅସନ୍ତୋଷ । ସମଗ୍ର ପଶ୍ଚିମଓଡିଶାରେ ଚାଷୀ ବିଭିନ୍ନ ସମୟରେ ଆନ୍ଦୋଳନ କରୁଥିବାବେଳେ ଆଜି(ଗୁରୁବାର) ସମ୍ବଲପୁର ଜିଲ୍ଲା ମାନେଶ୍ବର ଛକଠାରେ ସମ୍ବଲପୁର କଟକ 55 ନମ୍ବର ରାଜରାସ୍ତାକୁ ଅବରୋଧ କରିଛନ୍ତି ।

କୃଷି ଆଇନକୁ  ପ୍ରତ୍ୟାହାର ଦାବି
କୃଷି ଆଇନକୁ ପ୍ରତ୍ୟାହାର ଦାବି
author img

By

Published : Nov 5, 2020, 3:31 PM IST

ସମ୍ବଲପୁର: ଜିଲ୍ଲାରେ ଚାଷୀ ଅସନ୍ତୋଷ । ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ବିଭିନ୍ନ ସମୟରେ ଆନ୍ଦୋଳନ କରୁଥିବାବେଳେ ଆଜି(ଗୁରୁବାର) ସମ୍ବଲପୁର ଜିଲ୍ଲା ମାନେଶ୍ବର ଛକଠାରେ ସମ୍ବଲପୁର କଟକ 55 ନମ୍ବର ରାଜରାସ୍ତାକୁ ଅବରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଓ ଚଳିତ ଧାନ କ୍ରୟ ପ୍ରକ୍ରିୟାରେ ଟୋକାନ ବ୍ୟବସ୍ଥା ଓ ଏକର ପ୍ରତି ଧାର୍ଯ୍ୟ ହୋଇଥିବା ଧାନ କ୍ରୟର ପରିମାଣକୁ ବଢେଇବା ପାଇଁ ଦାବି କରିଛନ୍ତି ଚାଷୀ ।

କୃଷି ଆଇନକୁ ପ୍ରତ୍ୟାହାର ଦାବି

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଉଛି । ଏହି ଦାବିକୁ ନେଇ ଗୁରୁବାର ସମ୍ବଲପୁର କୃଷକ ସଙ୍ଗଠନ ଦିନ 11 ରୁ 12 ଟା ଯାଏଁ ରାସ୍ତା ଅବରୋଧ କରିଥିଲେ । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.