ETV Bharat / state

ସମଲେଶ୍ବରୀ ମନ୍ଦିର ପରିସରରେ ଦୋକାନ ଖୋଲିବାକୁ ଦାବି, ଟ୍ରଷ୍ଟ ବୋର୍ଡ ସଭାପତିଙ୍କ କୁଶ ପୁତ୍ତଳିକା ଦାହ

author img

By

Published : Mar 16, 2021, 7:42 AM IST

ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଦେବୀଙ୍କ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ପ୍ରସାସନର କଟକଣାକୁ ନେଇ ବିବାଦ ଥମିବାର ନା ଧରୁନି । ଏନେଇ ସୋମବାର ସମଲେଶ୍ବରୀ ମନ୍ଦିରର ପୂଜକଙ୍କ ସହ ଦୋକାନୀମାନେ ମନ୍ଦିର ରାସ୍ତାରୋକ କରିବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ କୁଷପୁତ୍ତଲିକା ଜାଳି ଏହାର ପ୍ରତିବାଦ କରିଥିଲେ । ଅଧିକ ପଢନ୍ତୁ...

ସମଲେଶ୍ବର ମନ୍ଦିର ପରିସରରେ ଦୋକାନ ଖୋଲିବାକୁ ଦାବି

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଦେବୀଙ୍କ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ପ୍ରସାସନର କଟକଣାକୁ ନେଇ ବିବାଦ ଥମିବାର ନା ଧରୁନି । ଏନେଇ ସୋମବାର ସମଲେଶ୍ବରୀ ମନ୍ଦିରର ପୂଜକଙ୍କ ସହ ଦୋକାନୀମାନେ ମନ୍ଦିର ରାସ୍ତାରୋକ କରିବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ କୁଷପୁତ୍ତଲିକା ଜାଳି ଏହାର ପ୍ରତିବାଦ କରିଥିଲେ । ଅପରପକ୍ଷେ ସୋମବାର ଆନ୍ଦୋଳନ ପରେ ମନ୍ଦିର ପରିସରରେ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ ।

ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଦେବୀଙ୍କ ମନ୍ଦିର ବାହାରେ ସେବାୟତଙ୍କ ସହ ସ୍ଥାନୀୟ ଦୋକାନୀ ମଧ୍ୟ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ଏକ ବର୍ଷ ହେଲା କୋରୋନା ପାଇଁ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବା ଯୋଗୁଁ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ଓ ସେବାୟତ ବହୁ କଷ୍ଟରେ ରହୁଛନ୍ତି । ଏବେ କୋରୋନା ସଂକ୍ରମଣ କମିବା ପରେ ସବୁ କିଛି ଦୋକାନ ବଜାର ଖୋଲିଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ଜାଣିଶୁଣି ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସେବାୟତ । ଅପରପକ୍ଷେ ସମଲେଶ୍ବରୀ ମନ୍ଦିର ବାହାରେ ଆନ୍ଦୋଳନ କାରଣରୁ ବହୁ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।

ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପ୍ରସାସନ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ଅନୁମତି ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଥିଲେ । ତେବେ ଏହି ଆନ୍ଦୋଳନ ତଥା ଦାବିକୁ ଜିଲ୍ଲା ଓକିଲ ସଂଘ ତରଫରୁ ସମର୍ଥନ କରାଯାଇଛି । ଓକିଲ ସଂଘର ସଭାପତି କହିଛନ୍ତି ଯେ ମନ୍ଦିର ସେବାୟତଙ୍କ ଦାବି ନ୍ୟାୟ ସଙ୍ଗତ । ମହାମାରୀ କୋରୋନା କମ୍ ହେବା ପରେ ସବୁ ମନ୍ଦିର ସହ ଦୋକାନ ବଜାର ସବୁ ଅନ୍ୟ ସ୍ଥାନରେ ଖୋଲିଛି ।

ତେବେ ସମ୍ବଲପୁର ଠାରେ ମଧ୍ୟ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ସହ ଦୋକାନ ମଧ୍ୟ ଖୋଲିବା ପାଇଁ ପ୍ରସାସନ ପଦକ୍ଷେପ ନେବାକୁ ଓକିଲ ସଂଘ କହିଛି । ଆନ୍ଦୋଳନ ପରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ମନ୍ଦିର ପରିସରରେ ଥିବା ଦୋକାନୀଙ୍କ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିବା କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.