ETV Bharat / state

ପେଟ୍ରୋଲିୟମ ପଦାର୍ଥରେ ବଡ଼ ଦର ହ୍ରାସ ଦ୍ବାରା କ୍ଷତିଗ୍ରସ୍ତ ଡିଲର: ସଂଘ

author img

By

Published : May 24, 2022, 8:12 PM IST

ପେଟ୍ରୋଲିୟମ ପଦାର୍ଥରେ ଏକକାଳୀନ ବଡ଼ ଦର ହ୍ରାସ ହେବା ଦ୍ବାରା ଡିଲରମାନେ କ୍ଷତି ସହୁଥିବା କହିଛି ଡିଲର ସଂଘ । ଅଧିକ ପଢନ୍ତୁ

ପେଟ୍ରୋଲିୟମ ପଦାର୍ଥରେ ବଡ଼ ଦର ହ୍ରାସ ଦ୍ବାରା କ୍ଷତିଗ୍ରସ୍ତ ଡିଲର: ସଂଘ
ପେଟ୍ରୋଲିୟମ ପଦାର୍ଥରେ ବଡ଼ ଦର ହ୍ରାସ ଦ୍ବାରା କ୍ଷତିଗ୍ରସ୍ତ ଡିଲର: ସଂଘ

ସମ୍ବଲପୁର: ପେଟ୍ରୋଲ ଦର ହ୍ରାସ ପାଇବା ପରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ପେଟ୍ରୋଲ ଦର ଲିଟର ପିଛା 9ଟଙ୍କା 50 ପଇସା ହ୍ରାସ ଓ ଡିଜେଲ ଲିଟର ପିଛା 7 ଟଙ୍କା 50 ପଇସା ହ୍ରାସ ପାଇଛି । ମାତ୍ର ଏ ନେଇ ଅଭିଯୋଗ ଆଣିଛି ଡିଲର ସଂଘ । ପେଟ୍ରୋଲିୟମ ପଦାର୍ଥରେ ଏକକାଳୀନ ବଡ଼ ଦର ହ୍ରାସ ଘଟିବା ପରେ ଡିଲରମାନେ କ୍ଷତି ସହୁଥିବା କହିଛି ସଂଘ । ଆଜି (ମଙ୍ଗଳବାର) ସମ୍ବଲପୁର ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ସଂଘ ଏହି ସମସ୍ୟା ନେଇ ସୂଚନା ଦେଇଛି ।

ଡିଲର ସଂଘ ଅଭିଯୋଗ କରିଛି ଯେ ଏକାଥରକେ ବହୁ ପରିମାଣର ଦର ହ୍ରାସ ଫଳରେ ଏହା ଦ୍ବାରା ଡିଲରଙ୍କ ବହୁତ ଆର୍ଥିକ କ୍ଷତି ହୋଇଛି । 2017ରେ ସରକାରଙ୍କ ଦ୍ଵାରା ଗଠିତ Daily Price Mechanism ନୀତି ଅନୁସାରେ ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧି ହେଉ କି ହ୍ରାସ ହେଉ ସ୍ବଳ୍ପ ପରିମାଣରେ ହେବା କଥା । ତେବେ ବର୍ତ୍ତମାନ ଏକକାଳୀନ ଏକ ବଡ଼ ଦର ହ୍ରାସ ହେବା ଫଳରେ ଡିଲର ମାନେ କ୍ଷତିରେ ପଡିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ମେକାନଜିମ ନୀତିର ଉଲ୍ଲଘଂନ ବୋଲି ସଂଘ କହିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ସମ୍ବଲପୁର ଜିଲ୍ଲାର ଗୋଟିଏ ଛୋଟ ଡିଲର 5 ରୁ 6 ଲକ୍ଷ ଓ ବଡ଼ ଡିଲର 15 ରୁ 20 ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ବୋଲି ସଂଘ କହିଛି । ଏଣୁ ଆଗାମୀ ଦିନରେ ଏହି ଭଳି ଦର ବୃଦ୍ଧି ହେଉ କି ହ୍ରାସ ହେଉ ସ୍ବଳ୍ପ ସ୍ବଳ୍ପ ପରିମାଣରେ କରାଯାଉ । ବର୍ତ୍ତମାନ ଡିଲର ମାନେ ଯେଉଁ କ୍ଷତି ସହିଛନ୍ତି ତାର କ୍ଷତିପୂରଣ ଦିଆଯାଉ ବୋଲି ସଙ୍ଘ ଦାବି କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.