ETV Bharat / state

ଢାବା ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, 2 ଅଟକ - ଢାବା ସମ୍ମୁଖରୁ ମୃତଦେହ ଉଦ୍ଧାର ଖବର

ସମ୍ବଲପୁର ବୁର୍ଲା ଥାନା ଅଞ୍ଚଳ ଢାବା ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ଅଧିକ ପଢନ୍ତୁ...

ଢାବା ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, 2 ଅଟକ

author img

By

Published : Jun 10, 2021, 12:37 PM IST

ସମ୍ବଲପୁର: ଜିଲ୍ଲା ବୁର୍ଲା ଥାନା ଅଞ୍ଚଳ ପଞ୍ଚତାରକା ଢାବା ସମ୍ମୁଖରୁ ଏକ ମୃତଦେହ ଉଦ୍ଧାର । ଆଜି(ଗୁରୁବାର) ସକାଳେ ସ୍ଥାନୀୟ ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

ଢାବା ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, 2 ଅଟକ

ଘଟଣାସ୍ଥଳରୁ ପୋଲିସ ଏକ ଟାଙ୍ଗିଆ ମଧ୍ୟ ଜବତ କରିଛି । ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି ବୁର୍ଲା ଥାନା ଅଧିକାରୀ କୋମଳ ପଣ୍ଡା । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦେବା ପରେ ବୁର୍ଲା ପୋଲିସ 2 ଜଣ ଢାବା କର୍ମଚାରୀଙ୍କୁ ଅଟକ ରଖିି ପଚରା ଉଚରା କରୁଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗତକାଲି(ବୁଧବାର) ସନ୍ଧ୍ୟା 6ଟାରେ ଢାବା ମାଲିକ ମୃତ ଶରତ ଜେନା ସମେତ ଅଟକ ଦୁଇ ଜଣଙ୍କୁ ଢାବାରେ ଛାଡି ଘରକୁ ଯାଇଥିଲେ । ଆଜି ସକାଳୁ ଢାବା ମାଲିକ ଆସିବା ପରେ ଏହିସବୁ ଘଟଣା ଦେଖି ଅନ୍ୟ 2 ଢାବା କର୍ମଚାରୀଙ୍କୁ ପୋଲିସର ଜିମା ଦେଇଥିଲେ । ମୃତକ ଜଣକ ବୁର୍ଲା ସହରର ଶରତ ଜେନା ବୋଲି ଜଣାପଡ଼ିଛି । ସେ ହୀରାକୁଦ ରେଳ ଷ୍ଟେସନ ନିକକଟରେ ଥିବା ଏକ ଢାବାରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.