ସମ୍ବଲପୁର: ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଶୁକ୍ରବାର ସମ୍ବଲପୁର ଷ୍ଟେସନ ନିକଟରେ ଥିବା ରେଳଧାରଣା ଏକ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଦେହୁରିପାଲିରେ ରହୁଥିବା 40 ବର୍ଷୀୟ ଅନନ୍ତ ନାରାୟଣ ମୁଦୁଲି ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ ଗୁରୁବାର ରାତିରେ ଅନନ୍ତ ପାରିବାରିକ କଳହ ଯୋଗୁଁ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଶୁକ୍ରବାର ସକାଳୁ ତାଙ୍କୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ରେଳ ଧାରଣାରେ ପଡିଥିବାର ଦେଖିବାକୁ ମିଳିଥିଲା ।
ଏହାପରେ ସମ୍ବଲପୁର ରେଳବାଇ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପଟେ ଅନନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପୋଷ୍ଟମର୍ଟମ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ରେଳବାଇ ପୋଲିସ କହିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ