ସମ୍ବଲପୁର: ସହରର ରିଙ୍ଗ ରୋଡ଼ ନିକଟସ୍ଥ ରାମଜି ମନ୍ଦିର ଘାଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
ଆଜି ସକାଳୁ ସ୍ଥାନୀୟ ଲୋକେ ନଦୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ପାଣିରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲା।
ପୋଲିସ ମୃତଦେହକୁ ଜବତ କରିବା ସହ ବୁର୍ଲା ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ 50 ବର୍ଷ ହେବ ବୋଲି ପୋଲିସ କହିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣା ପଡିବ।
ସମ୍ବଲପୁରରୁ ବାଦଶାହା, ଜୁସ୍ମନ ରଣା, ଇଟିଭି ଭାରତ