ETV Bharat / state

ଅଦିନିଆଁ ବର୍ଷାରେ ଭିଜିଲା ଚାଷୀ ଧାନ, ବ୍ୟାପକ କ୍ଷୟକ୍ଷତି - ସମ୍ବଲପୁରରେ ବ୍ୟାପକ ଫସଲ କ୍ଷତି

ସାରା ରାଜ୍ୟରେ ଅଦିନିଆ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ମଧ୍ୟ ଏହି ଅଦିନିଆଁ ବର୍ଷା ଗତ ବୁଧବାର ରାତିରୁ ଜାରି ରହିଛି l ଝିପି ଝିପି ବର୍ଷା ସହ ମେଘୁଆ ପାଗ ଲାଗି ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣା ପଡିଛି l ଅଧିକ ପଢନ୍ତୁ

ଅଦିନିଆଁ ବର୍ଷାରେ ଭିଜିଲା ଚାଷୀ ଧାନ, ବ୍ୟାପକ କ୍ଷୟକ୍ଷତି

author img

By ETV Bharat Odisha Team

Published : Dec 7, 2023, 10:47 PM IST

ଅଦିନିଆଁ ବର୍ଷାରେ ଭିଜିଲା ଚାଷୀ ଧାନ, ବ୍ୟାପକ କ୍ଷୟକ୍ଷତି

ସମ୍ବଲପୁର: ସାରା ରାଜ୍ୟରେ ଅଦିନିଆ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ମଧ୍ୟ ଏହି ଅଦିନିଆଁ ବର୍ଷା ଗତ ବୁଧବାର ରାତିରୁ ଜାରି ରହିଛି l ଝିପି ଝିପି ବର୍ଷା ସହ ମେଘୁଆ ପାଗ ଲାଗି ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣା ପଡିଛି l ବର୍ତ୍ତମାନ ଚାଷୀଙ୍କ ଖରିଫ ଋତୁର ଧାନ ଅମଳର ସମୟ ହୋଇଥିବା ବେଳେ କିଛି ଧାନ କ୍ଷେତରେ କାଟି ପଡି ରହିଛି । କିଛି ଧାନକୁ ଚାଷୀ କ୍ଷେତରୁ ଆଣି ଖଳାରେ ରଖିଥିବା ବେଳେ ଅଦିନିଆଁ ବର୍ଷା ଯୋଗୁଁ ଉଭୟ କ୍ଷେତ ଓ ଖଳାର ଧାନ ଭିଜି ଯାଇଛି l ଆଉ 2 ଦିନ ଏମିତି ପାଗ ଜାରି ରହିଲେ ଧାନ ଗଜା ହୋଇ ଯିବାର ସମ୍ଭାବନା ରହିଛି l କେତେକ ସ୍ଥାନରେ ଚାଷୀ ଅମଳ କରି ଆଣିଥିବା ଧାନ କୁ ପଲିଥିନ ଢାଙ୍କି ରଖି ଥିବା ଦେଖିବାକୁ ମିଳିଛି l

ଆଉ କିଛି ଦିନ ବର୍ଷା ହେଲେ ଆଉ ଶୁଖିଲା ପାଗ ନହେଲେ ଧାନର ଆଦ୍ରତା ବଢ଼ି ଯାଇ ଗଜା ହେବାର ସମ୍ଭାବନା ରହିଛି ବୋଲି ଚାଷୀ କହିଛନ୍ତି l ସେପଟେ ଗଜା ନହେଲେ ମଧ୍ୟ ଅଧିକ ଆଦ୍ରତା ବୃଦ୍ଧି ପାଇଲେ ମିଲର ମାନେ କମ ଦରରେ ଧାନ କିଣିବେ ବୋଲି ଚାଷୀ କହିଛନ୍ତି l ସମ୍ବଲପୁର ଜିଲ୍ଲାର 9 ଟି ଯାକ ବ୍ଲକ ର ବିଭିନ୍ନ ସ୍ଥାନରେ ଏହି ଭଳି ସମସ୍ୟା ଭୋଗୁଛନ୍ତି ଚାଷୀ l କୁଚିଣ୍ଡା ଉପଖଣ୍ଡ ର 3 ଟି ଯାକ ବ୍ଲକ ରେ ମଧ୍ୟ ଧାନ କ୍ଷେତ ଓ ଖଳାରେ ଧାନ ଭିଜୁଛି l କ୍ଷେତରେ ପାଣି ଥିବାରୁ କ୍ଷେତ ଭିତରକୁ ହାର୍ଭେଷ୍ଟର ମେସିନ ପଶି ପାରୁ ନଥିବାରୁ ଧାନ କଟା ପାଇଁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ର ସମ୍ଭାବନା ରହିଛି l ଏହା ସହ ପାଣିରେ ଧାନ ପଡି ରହିଲେ ଧାନର ରଙ୍ଗ ବଦଳି ଯିବ ଓ ଏହା ଦ୍ବାରା ମିଲର ଅଧିକ କଟନୀ ଛଟନୀ କରିବ ବୋଲି କୁଚିଣ୍ଡା ଅଞ୍ଚଳର ଚାଷୀ ଚିନ୍ତା ପ୍ରକଟ କରିଛନ୍ତି l

ଅଧିକ ପଢନ୍ତୁ- ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଅନ୍ୟପଟେ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାରେ ହୋଇଥିବା ଚାଷ ଜନିତ କ୍ଷୟକ୍ଷତିର ଶୀଘ୍ର କ୍ଷତି ଭରଣ ପାଇଁ ଦାବୀ କରିଛି ସମ୍ବଲପୁର ବିଜେପି ବିଜେପି କୃଷକ ମୋର୍ଚ୍ଚା l ଗତ ଦୁଇ ଦିନ ହେଲା ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେଉଛି । ଏଥିରୁ ସମ୍ବଲପୁର ଜିଲ୍ଲା ମଧ୍ୟ ବର୍ତ୍ତିନାହିଁ । ଜିଲ୍ଲାର ଚାଷୀ ମାନେ ଧାନ ଅମଳ କରିଥିବା ଓ କରୁଥିବା ସମୟ ରେ ହଠାତ ଏହି ଅଦିନିଆ ବର୍ଷା ଚାଷୀ କୂଳକୁ ବହୁ ମାତ୍ରାରେ କ୍ଷତିରେ ପକାଇଛି ବୋଲି ବିଜେପି ଅଭିଯୋଗ କରିଛି । ବହୁ ସଂଖ୍ୟକ ଚାଷୀଙ୍କ ଚାଷ ଜମିରେ ଧାନ ପେଟା ପଡ଼ିଛି। ବହୁ ଚାଷୀ ଙ୍କର ଧାନ ବିଲ ପାଣିରେ ବୁଡି ରହିଛି। କିଛି ଚାଷୀଙ୍କ ଧାନ ଖଲାରେ ଓ ବାକି ଚାଷୀଙ୍କ ଧାନ ମଣ୍ଡିରେ ଭିଜି ରହିଛି ବୋଲି ବିଜେପି କହିଛି । ଜିଲ୍ଲାର ପ୍ରାୟ ସମସ୍ତ ଧାନଚାଷ ଏହି ଅଦିନିଆ ବର୍ଷାର ପ୍ରଭାବରେ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଜିଲ୍ଲାର ଚାଷୀକୂଳ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଲେଣି ବୋଲି ବିଜେପି କହିଛି l ଏଣୁ ଚାଷୀଙ୍କୁ କ୍ଷତିରୁ ବଞ୍ଚେଇବା ପାଇଁ ଓ ଚାଷୀ କୂଳର ସାମଗ୍ରିକ ହିତ ରକ୍ଷା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ସମ୍ବଲପୁର ଜିଲ୍ଲାପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.