ETV Bharat / state

ଓଡିଶାର ସ୍ବାର୍ଥ ପାଇଁ ସାଇକେଲରେ ଦିଲ୍ଲୀ ଯାତ୍ରା

ଓଡ଼ିଶାର ସ୍ୱାର୍ଥ ପାଇଁ ଓ ମହାନଦୀ ବିବାଦର ସମାଧାନ ପାଇଁ କଟକରୁ ଦିଲ୍ଲୀ ସାଇକେଲ ଯୋଗେ ଯାତ୍ରା କରୁଛନ୍ତି 2 ଜଣ ଯୁବକ । ଏହି ଯୁବକ ହେଲେ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ । ନିଜର ଏହି ଯାତ୍ରା ସମୟରେ ସେ ସମ୍ବଲପୁରରେ ପହଞ୍ଚିଛନ୍ତି ।

author img

By

Published : Jul 6, 2019, 7:37 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସାଇକେଲରେ କଟକରୁ ଦିଲ୍ଲୀ ଯାତ୍ରା । କଥାଟା ସମ୍ଭବ ହେଲେ ବି ସହଜ ନୁହେଁ । ତେବେ ହୁଏତ କେହି ବ୍ୟକ୍ତିଗତ ପ୍ରସିଦ୍ଧି ବା ରେକର୍ଡ କରିବା ପାଇଁ ଏହା କରିବ । ତେବେ ଓଡିଶାର 2 ଜଣ ଯୁବକ ନିଜ ପାଇଁ ନୁହେଁ ବରଂ ଓଡ଼ିଶାର ସ୍ୱାର୍ଥ ପାଇଁ ଓ ମହାନଦୀ ବିବାଦର ସମାଧାନ ପାଇଁ କଟକରୁ ଦିଲ୍ଲୀ ସାଇକେଲ ଯୋଗେ ଯାତ୍ରା କରୁଛନ୍ତି । ସେହି 2 ଜଣ ଯୁବକ ହେଲେ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ । ନିଜର ଏହି ଯାତ୍ରା ସମୟରେ ସେ ସମ୍ବଲପୁରରେ ପହଞ୍ଚିଛନ୍ତି ।

କଟକରୁ ସାଇକେଲରେ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି ଓଡିଶାର କୃଷ୍ଣକାନ୍ତ ଓ ଶୁଭ୍ରଜିତ । ତେବେ ଏହା ନିଶ୍ଚିତ ଭାବେ କାଠିକର ବିଷୟ । କାରଣ ଏଥିପାଇଁ ଧୈର୍ଯ୍ୟ, ସାହସ ଓ ଭଲ ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି । ତେବେ ଓଡିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ସେମାନେ ବାହାରିଛନ୍ତି । ଏହି ଯାତ୍ରାରେ ସେମାନେ ସମ୍ବଲପୁରରେ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି ଅବସରରେ ସେମାନେ କହିଛନ୍ତି ଯେ ଓଡିଶାର ଚାଷୀ ତଥା ସାଧାରଣ ଜନତାଙ୍କ ପାଇଁ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେବେ । ଏହାସହ ରିଭର ବୋର୍ଡ ଗଠନ ମାଧ୍ୟମରେ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିବେ ।

ଓଡ଼ିଶାର ଏହି 2 ଯୁବକ ଗତ ଜୁଲାଇ 1 ତାରିଖରୁ କଟକରୁ ବାହାରି ଅଗଷ୍ଟ ପ୍ରଥମ ସପ୍ତାହରେ ଦିଲ୍ଲୀ ପହଞ୍ଚିବାରେ ଲକ୍ଷ୍ୟ ରଖିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସାଇକେଲ ରେ କଟକରୁ ଦିଲ୍ଲୀ ଯାତ୍ରା। କଥାଟା କିନ୍ତୁ ସମ୍ଭବ ହୋଇଥିଲେ ମଧ୍ୟ ସହଜ କଥା ନୁହେଁ।ତେବେ ହୁଏତ କେହି ବ୍ୟକ୍ତିଗତ ପ୍ରସିଦ୍ଧି ବା ରେକର୍ଡ କରିବା ପାଇଁ ଏହା କରିବ।ତେବେ ଓଡିଶା 2 ଜଣ ଯୁବକ ନିଜ ପାଇଁ ନୁହଁ ବରଂ ଓଡ଼ିଶାର ସ୍ୱାର୍ଥ ପାଇଁ ଓ ମହାନଦୀ ବିବାଦର ସମାଧାନ ପାଇଁ କଟକରୁ ଦିଲ୍ଲୀ ସାଇକେଲ ଯୋଗେ ଯାତ୍ରା କରୁଛନ୍ତି।ସେହି 2 ଜଣ ଯୁବକ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ ନିଜର ଏହି ଯାତ୍ରା ସମୟରେ ସମ୍ବଲପୁର ପହଞ୍ଚିଛନ୍ତି।

Body:କଟକରୁ ସାଇକେଲରେ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି ଓଡିଶାର କୃଷ୍ଣକାନ୍ତ ଓ ଶୁଭ୍ରଜିତ। ତେବେ ଏହା ନିଶ୍ଚିତଭାବେ କାଠିକର ବିଷୟ।କାରଣ ଏଥିପାଇଁ ଧାର୍ଯ୍ୟ,ସାହସ ଓ ଭଲ ସ୍ୱାସ୍ଥ୍ୟ ର ଆବଶ୍ୟକତା ରହିଛି।ତେବେ ଓଡିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗ ର ଶୀଘ୍ର ସମାଧାନ ପାଇଁ ସେମାନେ ବାହାରିଛନ୍ତି।ଏହି ଯାତ୍ରାରେ ସେମାନେ ସମ୍ବଲପୁର ପହଞ୍ଚିଛନ୍ତି। ଏହି ଅବସରରେ ସେମାନେ କହିଛନ୍ତି ଯେ ଓଡିଶାର ଚାଷୀ ତଥା ସାଧାରଣ ଜନତା ଙ୍କ ପାଇଁ ମହାନଦୀ ସମସ୍ୟା ର ଶୀଘ୍ର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ଭେଟି ସ୍ମାରକ ପତ୍ର ଦେବେ।ଏହା ସହ ରିଭର ବୋର୍ଡ ଗଠନ ମାଧ୍ୟମରେ ଶୀଘ୍ର ଏହି ସମସ୍ୟା ର ସମାଧାନ ପାଇଁ ଅନୁରୋଧ କରିବେ।

Conclusion:ଓଡ଼ିଶାର ଏହି 2 ଯୁବକ ଗତ ଜୁଲାଇ 1 ତାରିଖରୁ କଟକ ରୁ ବାହାରି ଅଗଷ୍ଟ ପ୍ରଥମ ସପ୍ତାହ ରେ ଦିଲ୍ଲୀ ପହଂଚିବାର ଲକ୍ଷ୍ୟ ରଖିଛନ୍ତି।

ବାଇଟ-1-କୃଷ୍ଣକାନ୍ତ ଷଡଙ୍ଗୀ, ସାଇକେଲ ଯାତ୍ରା କରୁଥିବା ଯୁବକ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.