ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର ବଡ଼ ମେଡ଼ିକାଲରେ ଜଣେ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ବୋଲି ଜଣାପଡିଛି ।
ସେ ଦକ୍ଷିଣ କୋରିଆରେ ଚାକିରି କରୁଥିବା ବେଳେ ଗତ କିଛି ଦିନ ହେଲା ନିଜ ଗାଁକୁ ଫେରିଥିବା ସୂଚନା ମିଳିଛି। ତେବେ ତାଙ୍କର କାଶ, ଥଣ୍ଡା ଓ ଜ୍ବର ଛାଡୁନଥିବାରୁ ସନ୍ଦେହରେ ଆଜି ବୁର୍ଲା ମେଡ଼ିକାଲର କୋରୋନା ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ସେ ନିଶ୍ଚିତ ଭାବେ କୋରୋନା ପୀଡିତ ଅଟନ୍ତି କି ନୁହେଁ ତାହା ଜଣା ପଡ଼ିନାହିଁ।
ଆଜି ତାଙ୍କୁ ଅବଜରଭେସନରେ ରଖାଯାଇଛି । ଆସନ୍ତାକାଲି ତାଙ୍କର ରକ୍ତ ନମୂନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ ବୋଲି ନୋଡାଲ ଅଫିସର ଡାକ୍ତର ପୋଥାଳ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ସବୁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ