ETV Bharat / state

ସମ୍ବଲପୁର ବୁର୍ଲାରେ କୋରୋନା ସନ୍ଦିଗ୍ଧ

ସମ୍ବଲପୁର ବୁର୍ଲା ମେଡିକାଲରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ବ୍ୟକ୍ତି ଜଣକ ଗତ 4ଦିନ ତଳେ ଦୁବାଇରୁ ଫେରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

author img

By

Published : Mar 4, 2020, 11:15 PM IST

Corona is suspected in Sambalpur
ସମ୍ବଲପୁର ବୁର୍ଲାରେ କୋରୋନା ସନ୍ଦିଗ୍ଧ

ସମ୍ବଲପୁର: ରାଜ୍ୟକୁ କୋରୋନା ଡର । ବୁର୍ଲା ମେଡିକାଲରେ ପୁଣି ଜଣେ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଲେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର । ଗତ 4 ଦିନ ତଳେ ସେ ଦୁବାଇରୁ ଫେରିଛନ୍ତି । ତେବେ ସେଠାରୁ ଫେରିବା ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ।

ସମ୍ବଲପୁର ବୁର୍ଲାରେ କୋରୋନା ସନ୍ଦିଗ୍ଧ

ଥଣ୍ଡା,କାଶ, ଜ୍ବର ଲାଗି ରହିବାରୁ ସେ ଭିମସାର ମେଡିକାଲ ଆସିଥିଲେ । କୋରୋନା ସନ୍ଦେହରେ ତାଙ୍କୁ ବୁର୍ଲାର ସ୍ବତନ୍ତ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ତାଙ୍କର ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିବା ନେଇ କହିଛନ୍ତି ଡାକ୍ତର । ବର୍ତ୍ତମାନ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି । ରକ୍ତ ନମୁନା ରିପୋର୍ଟ ଆସିବା ପରେ ସଠିକ୍‌ କଥା ଜଣାପଡିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.