ETV Bharat / state

ଭାଙ୍ଗିଲା ନିଆରା ପରମ୍ପରା, ଶୀତଳଷଷ୍ଠୀରେ ନାଚିଲେନି କିନ୍ନର - ଶୀତଳଷଷ୍ଠୀ କିନ୍ନର ନୃତ୍ୟ

ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ଯାତ୍ରୀ ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ହେଉନଥିବାରୁ ସ୍ଥାନୀୟ କିନ୍ନର ମାନେ ଦୁଖଃ ପ୍ରକଟ କରିଛନ୍ତି।

Sitalsasthi in Sambalpur
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା
author img

By

Published : May 28, 2020, 5:22 PM IST

ସମ୍ବଲପୁର: ସହରର ଶୀତଳଷଷ୍ଠୀ ଯାତ୍ରାରେ କିନ୍ନର ମାନଙ୍କ ଏକ ସ୍ବାତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟେକ ବର୍ଷ କିନ୍ନର ଦିଅନ୍ତି ଶୀତଳଷ୍ଠୀର ଆଗମନର ଆଭାସ। ନିମନ୍ତ୍ରଣ ଥାଉ କି ନଥାଉ ଶୀତଳଷଷ୍ଠୀ ଯାତ୍ରାକୁ ଆସି ଦେବ ଦମ୍ପତ୍ତିଙ୍କ ବିବାହ ଶୋଭାଯାତ୍ରାରେ ନୃତ୍ୟ ପରିବେଷଣ କରିଥାନ୍ତି ଏମାନେ। ପ୍ରଥମ ଥର ପାଇଁ ଏଥିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଚଳିତ ବର୍ଷ ଯାତ୍ରାରେ କିନ୍ନରଙ୍କ ନୃତ୍ୟ ଦେଖିବାକୁ ମିଳି ନଥିଲା ।

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ଭଗବାନ ଶଙ୍କର ହେଉଛନ୍ତି ଭୋଳାନାଥ ତଥା ବିଶାଳ ହୃଦୟର ଦେବତା । ବାବାଙ୍କ ବିବାହରେ ଦେବଦେବୀ, ନର, କିନ୍ନର, ବାନର, ନାଗ, ଯକ୍ଷ, ଭୂତ ପିଶାଚ ସମସ୍ତେ ସାମିଲ ହୁଅନ୍ତି। ସେଥିପାଇଁ ସମ୍ବଲପୁର ଶୀତଳଷଷ୍ଠୀରେ ମୁଖ୍ୟତଃ ବାରଙ୍ଗନା ଓ କିନ୍ନର ନୃତ୍ୟର ପରମ୍ପରା ରହିଛି। ବିଶ୍ବାସ ରହିଛି ଯେ କିନ୍ନର ମାନେ ମହାଦେବଙ୍କ ବିବାହରେ ନାଚିଲେ ଏହି ଅଭିଶପ୍ତ ଜନ୍ମରୁ ତାଙ୍କୁ ମୁକ୍ତି ମିଳିଥାଏ ।

ସେଥିପାଇଁ ପ୍ରତ୍ୟେକ ବର୍ଷ ଶହ ଶହ କିନ୍ନର ରାଜ୍ୟ ତଥା ରାଜ୍ୟ ବାହାରୁ ସ୍ବଇଛାରେ ଏଠାକୁ ଆସି ସଜେଇ ହୋଇ ନୃତ୍ୟ ପରିବେଷଣ କରନ୍ତି। ତେବେ ଏଥର ଲକ ଡାଉନ ଜନିତ କଟକଣା ଯୋଗୁ ଶୀତଳଷଷ୍ଠୀ ରେ ବରଯାତ୍ରୀ ଓ ଯୁଗଳ ଦର୍ଶନ ଶୋଭାଯାତ୍ର ହେଉନଥିବାରୁ ସ୍ଥାନୀୟ କିନ୍ନର ମାନେ ଦୁଖଃ ପ୍ରକଟ କରିଛନ୍ତି। ଅନ୍ୟପଟେ ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର କିନ୍ନରଙ୍କୁ ଏକାଠି ହେବାର ଏକ ମଞ୍ଚ ପ୍ରଦାନ କରୁଥିବା ବେଳେ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଘଟିଛି ।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.