ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସମେତ ସାରା ରାଜ୍ୟରେ ଏଣିକି ସାଧାରଣ ଲୋକଙ୍କ ସାଧାରଣ ସମସ୍ୟା ପାଇଁ ଲଢେଇ କରିବ କଂଗ୍ରେସ । ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସମ୍ବଲପୁର ଜିଲ୍ଲା ପ୍ରଭାରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ସମ୍ବଲପୁର ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ନେବାର ତାଙ୍କର ପ୍ରଥମ ସମ୍ବଲପୁର ଗସ୍ତ ପରେ ସେ ଏମିତି ସୂଚନା ଦେଇଛନ୍ତି।
ପ୍ରଥମ ଗସ୍ତ ଅବସରରେ ସେ ଜିଲ୍ଲାର 9 ଗୋଟି ବ୍ଲକ ସହ ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସହରର ବରିଷ୍ଠ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଆଗକୁ କଂଗ୍ରେସ ଦଳ କିପରି ଲୋକଙ୍କ ସହ ଯୋଡି ହେବ ଓ ଏହାର ସଂଗଠନ ତୃଣମୂଳ ସ୍ତରରୁ କିପରି ଦୃଢ଼ ହୋଇପାରିବ ସେନେଇ ରଣନୀତି ପ୍ରସ୍ତୁତ କରିବା କହିଛନ୍ତି।
ଏହା ସହ ଜିଲ୍ଲାରେ ଥିବା ସାଧାରଣଲୋକଙ୍କ ସାଧାରଣ ସମସ୍ୟା ସହ କୃଷକଙ୍କ ସମସ୍ୟା ନେଇ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବାକୁ ବଦ୍ଧ ପରିକର ବୋଲି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ କୁମାର ରଣା, ଇଟିଭି ଭାରତ