ETV Bharat / state

Rengali constituency: ରେଙ୍ଗାଲି ଦଖଲ ପାଇଁ ବଳ କଷୁଛି କଂଗ୍ରେସ, ଶିଳ୍ପ ବିସ୍ଥାପିତ ହେବ ମୁଦ୍ଦା ! - ଶିଳ୍ପ ବିସ୍ଥାପିତ ହେବ ମୁଦ୍ଦା

ସମ୍ବଲପୁରର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ l ଏଠାରେ ଭୋଟର ସଂଖ୍ୟା ପ୍ରାୟ 1 ଲକ୍ଷ 92 ହଜାର ରହିଛି l ଏଥର କଂଗ୍ରେସ ଏଠାରେ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି l ଅଧିକ ପଢନ୍ତୁ

Rengali constituency: ରେଙ୍ଗାଲି ଦଖଲ ପାଇଁ ବଳ କଷୁଛି କଂଗ୍ରେସ, ଶିଳ୍ପ ବିସ୍ଥାପିତ ହେବ ମୁଦ୍ଦା!

author img

By ETV Bharat Odisha Team

Published : Nov 1, 2023, 4:54 PM IST

Rengali constituency: ରେଙ୍ଗାଲି ଦଖଲ ପାଇଁ ବଳ କଷୁଛି କଂଗ୍ରେସ, ଶିଳ୍ପ ବିସ୍ଥାପିତ ହେବ ମୁଦ୍ଦା!

ସମ୍ବଲପୁର: ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ l 2009 ମସିହାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ଏହା ଏସସି ବର୍ଗଙ୍କ ପାଇଁ ସଂରକ୍ଷିତ l ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ ଏଠାରେ 3 ଥର ନିର୍ବାଚନ ହୋଇଥିବା ବେଳେ ସ୍ଥାନୀୟ ଭୋଟର କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଥରେ ଲେଖାଏଁ ବିଜୟୀ କରି ନିଜର ପରିପକ୍ଵତାର ପରିଚୟ ଦେଇଛନ୍ତି l ରେଙ୍ଗାଲିବାସୀ ପ୍ରମାଣିତ କରିଛନ୍ତି ଯେ ସେମାନେ ଦଳକୁ ନୁହେଁ ପ୍ରାର୍ଥୀକୁ ଦେଖି ଭୋଟ ଦିଅନ୍ତି l ବର୍ତ୍ତମାନ ସ୍ଥିତିରେ ଏଠାରେ ବିଜେଡିର ସଂଗଠନ ଏତେଟା ଭଲ ନଥିବା ବେଳେ ବିଜେପି ବିଧାୟକ ନାଉରୀ ନାଏକଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି l ଏଭଳି ସ୍ଥିତିରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନିଜ ବଳ ଗୋଟେଇ ବାକୁ ଚେଷ୍ଟା କରୁଛି l

ଅଧିକ ପଢନ୍ତୁ- ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ଚାଲିଛି ଭୋଟଗ୍ରହଣ

ସମ୍ବଲପୁରର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ l ଏହା ଏକ ଶିଳ୍ପ ବହୁଳ ନିର୍ବାଚନ ମଣ୍ଡଳୀ l ଶିଳ୍ପ ଓ କୃଷି ଉପରେ ରେଙ୍ଗାଲିବାସୀ ନିର୍ଭରଶୀଳ । ସେଥିପାଇଁ ରାଜ୍ୟ ବିଧାନସଭାରେ ଏହି ଆସନର ବେଶ ଗୁରୁତ୍ବ ରହିଛି l ଏଠାରେ ଭୋଟର ସଂଖ୍ୟା ପ୍ରାୟ 1 ଲକ୍ଷ 92 ହଜାର ରହିଛି l ଏହା ସହ ଏହି ଅଞ୍ଚଳରେ କେତେକ ସ୍ଥାନରେ କଂଗ୍ରେସର ରିଜର୍ଭ ଭୋଟ ରହିଛି l ସେଥିପାଇଁ ଏଥର କଂଗ୍ରେସ ଏଠାରେ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି l

ରେଙ୍ଗାଲିର ପୂର୍ବତନ କଂଗ୍ରେସ ବିଧାୟକ ଦୁର୍ଯ୍ୟୋଧନ ଗରଡିଆଙ୍କ କହିବା ଅନୁସାରେ ସରକାର ଏହି ଅଞ୍ଚଳର ବିକାଶ ପାଇଁ ଶିଳ୍ପ ପ୍ରତିଷ୍ଠା କରିଥିଲେ। ହେଲେ ଏହି ଅଞ୍ଚଳରେ ଓଲଟା ବିନାଶ ହେଉଛି l କଳ କରାଖାନା ଗୁଡ଼ିକର ମନମାନି ଯୋଗୁଁ ଏଠାରେ ଜଳ, ଜମି, ବାୟୁ ଓ ଶବ୍ଦ ପ୍ରଦୂଷଣ ହେଉଥିବା ବେଳେ ଲୋକେ ନିଜ ଭିଟା ମାଟି ହରାଇ ମଧ୍ୟ ନିଯୁକ୍ତି ପାଇ ନାହାଁନ୍ତି l କେତେକ ବିସ୍ଥାପିତ ପରିବାର କ୍ଷତିପୂରଣ ପାଇ ନାହାଁନ୍ତି କି ଥଇ ଥାନ ମଧ୍ୟ ହୋଇ ନାହାଁନ୍ତି ।

ଅଧିକ ପଢନ୍ତୁ- ଶାସନ କେନାଲରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ କଲେ ଚାଷୀ, ତଦନ୍ତ ଦାବିକଲେ ବିଧାୟକ

ଏହା ସହ ହୀରାକୁଦ ଡ୍ୟାମ ପାଇଁ ବିସ୍ଥାପିତ କେତେକ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପ୍ରତିଶୃତି ସତ୍ତ୍ବେ ଆଜି ପର୍ଯ୍ୟନ୍ତ 10 ଡ଼ିସିମିଲ ଘରଡ଼ିହ ଜମି ମିଳି ନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା l ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହି ପ୍ରସଙ୍ଗକୁ ମୁଦ୍ଦା କରିବ ବୋଲି କହିଛନ୍ତି କଂଗ୍ରେସ ନେତା l ଏହା ସହ ସ୍ଥାନୀୟ କଳ କରାଖାନା ଗୁଡିକ ରେ ସ୍ଥାନୀୟ ନିଯୁକ୍ତି ନମିଳିବା ଓ କୃଷକ ସମସ୍ୟା ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଏକ ପ୍ରମୁଖ ମୁଦ୍ଦା କରିବ ବୋଲି କହିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.