ସମ୍ବଲପୁର: ଜିଲ୍ଲାର ଅଣଅନୁଦାନ ପ୍ରାପ୍ତ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଆଜି(ସୋମବାର) ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, 2008 ପରବର୍ତ୍ତୀ ସମୟରେ କୌଣସି କଲେଜକୁ ସରକାରୀ ଅନୁଦାନ ଦିଆଯାଇ ନାହିଁ।
ଏଭଳି ସ୍ଥିତିରେ ଏହି କଲେଜରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସରକାରୀ ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ଅନୁଦାନରୁ ବଞ୍ଚିତ ରହିଛନ୍ତି। ଏହିଭଳି ସ୍ଥିତିରେ 2008ରୁ 2013 ମଧ୍ୟରେ ସମସ୍ତ କଲେଜର ଏହି କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମ୍ବଲପୁର ଜିଲ୍ଲା ଅଣ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସଂଘର ସଭାପତି ତପନ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ