ସମ୍ବଲପୁର: ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ (Pan Masala factory fire case )ଘଟଣାର ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ।
ଗତକାଲି(ସୋମବାର) ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ପରାଧିଆପାଲି ସ୍ଥିତ ଏକ ପାନ ମସଲା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା । ଏଥିରେ ୨୫ ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କୁ ରାଉରକେଲାକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ (Collector Sambalpur )।
ସମ୍ବଲପୁର ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ ଅଧିକାରୀ ଥିବା ତଦନ୍ତ କମିଟି ଗଠନ ହୋଇଛି। ଏହି କମିଟି ଘଟଣାର ତଦନ୍ତ କରି ରିପୋର୍ଟ ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ। ଏହି କମିଟିରେ ସମ୍ବଲପୁର ଉପ-ଜିଲ୍ଲାପାଳ, ନିର୍ଦ୍ଦେଶକ ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର, ଅଗ୍ନିଶମ ଅଧିକାରୀ, ଡିଭିଜିନାଲ ଲେବର କମିଶନର, ଅବକାରୀ ଅଧୀକ୍ଷକ ପ୍ରମୁଖ ରହିବେ ।
ଏହାମଧ୍ୟ ପଢନ୍ତୁ: ଆସନ୍ତାକାଲିଠୁ ରାଜ୍ୟରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ, ଉପକୃତ ହେବେ ଉପାନ୍ତବାସୀ
ଏହି କମିଟି ଫ୍ୟାକ୍ଟ୍ରିରେ କେଉଁ ପରିସ୍ଥିତିରେ ଅଗ୍ନୀକାଣ୍ଡ ଘଟିଲା, ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, କାରଖାନାର ନିରାପତ୍ତା ବ୍ୟବସ୍ଥା କିପରି ଥିଲା, ଏ ସମସ୍ତ ଦିଗରେ ତଦନ୍ତ କରିବ ।
ଆସନ୍ତା ୭ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ