ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଫ୍ୟାନ ଖଗେଶ୍ୱରଙ୍କୁ ଶିକଲସେଲ ରୋଗ, ଭୀମସାରେରେ ଚାଲିଛି ଚିକିତ୍ସା

author img

By ETV Bharat Odisha Team

Published : Aug 30, 2023, 5:01 PM IST

ଭୀମସାରେରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ ଖଗେଶ୍ୱର ଦେହୁରୀ l ସିକିଲସେଲ ରୋଗ ଚିହ୍ନଟ ହେବା ପରେ ବୁର୍ଲା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଧିକ ପଢ଼ନ୍ତୁ

khageswar dehuri suffered with sickle cell disease
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଫ୍ୟାନ ଖଗେଶ୍ୱରଙ୍କୁ ଶିକଲସେଲ ରୋଗ

ସମ୍ବଲପୁର: ଭୀମସାରେରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ ଖଗେଶ୍ୱର ଦେହୁରୀ l କିଛି ଦିନ ତଳେ ବଲାଙ୍ଗୀରରେ ଅନୁଷ୍ଠିତ ହୋଇଥିବା 5T ସଚିବ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ବରଗଡ଼ ଫେରୁଥିବା ବେଳେ ଖଗେଶ୍ୱର ବାଇକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ । କିଛି ଦିନ ତଳେ ସେ ଦୁର୍ବଳ ଅନୁଭବ କରିବାରୁ ବୁର୍ଲା ଭୀମସାର ମେଡିକାଲର ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ତାଙ୍କ ଶରୀରରେ ସିକିଲସେଲ ରୋଗ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ବରଗଡ଼ ଜିଲ୍ଲା ଅତାବିରାର ଖଗେଶ୍ୱର ଦେହୁରୀ l ତାଙ୍କୁ କିଏ ଅବା ନଜାଣେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ ଭାବେ ବେଶ ପରିଚିତ ଖଗେଶ୍ବର l ଯେଉଁଠି ବି ଶାସକ ଦଳର କାର୍ଯ୍ୟକ୍ରମ ଅଥବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ସେ ସେଠାରେ ପହଞ୍ଚି ଯାଆନ୍ତି l ନିଜ ବାଇକକୁ ବିଜେଡି ରଙ୍ଗ, ପତାକା ଓ ଶଙ୍ଖ ଚିହ୍ନରେ ସଜ୍ଜିତ କରି ଯିବାବେଳେ ତାଙ୍କୁ ତାଙ୍କର ପରିଚୟ ଦେବାକୁ ପଡି ନଥାଏ l ଏଥିପାଇଁ ସେ ସାରା ରାଜ୍ୟରେ ଜଣେ ନବୀନ ଫ୍ୟାନ ଭାବେ ପରିଚିତ l ବର୍ତ୍ତମାନ ସେ ବୁର୍ଲା ଭୀମସାର ମେଡିକାଲରେ ମେଡ଼ିସିନ ୱାର୍ଡରେ ଚିକିତ୍ସାରତ l ଗତ କିଛି ଦିନ ତଳେ ସେ ବଲାଙ୍ଗୀରରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଇକରେ ଫେରୁଥିବା ବେଳେ ଲୁଇସିଙ୍ଗା ବୁଡ଼ୀପଦର ଠାରେ ଏକ ଛେଳି ରାସ୍ତାକୁ ହଠାତ ଆସିଯିବାରୁ ତାଙ୍କର ଦୁର୍ଘଟଣା ହୋଇଥିଲା l ଏହାପରେ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ: ରାଜରାସ୍ତାରେ ହାଇଡ୍ରାମା କଲେ ନବୀନଙ୍କ ବଡ ଫ୍ୟାନ

ତେବେ କିଛି ଦିନ ପରେ ସେ ଦୁର୍ବଳ ଅନୁଭବ କରିବାରୁ ବର୍ତ୍ତମାନ ବୁର୍ଲା ମେଡିକାଲ ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ଏଠାରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଶିକଲସେଲ ରୋଗ ଥିବା ଜଣା ପଡ଼ିଥିବା ସେ ନିଜେ ସୂଚନା ଦେଇଛନ୍ତି l ବର୍ତ୍ତମାନ ସୁଦ୍ଧା ତାଙ୍କୁ 4 ୟୁନିଟ ରକ୍ତ ଚଢ଼ା ସାରିଲାଣି l ଖବର ପାଇ ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଭୀମସାରରେ ଖଗେଶ୍ୱରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି l ଏହା ସହ ଆଗକୁ ତାଙ୍କର ଚିକିତ୍ସା କିପରି ଭଲ ହୋଇପାରିବ ସେନେଇ ଯତ୍ନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.